ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରେ ପଶି ମା’ ପୁଅଙ୍କୁ ଆକ୍ରମଣ, ଦୁର୍ଦ୍ଦାନ୍ତ ଅପରାଧୀ ଦୁନିଆ ସାହୁ ମୃତ

ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଦିଗପହଣ୍ଡି ରାସ୍ତା ନରଣପୁର ଗାଁର ଦୁର୍ଦ୍ଦାନ୍ତ ଅପରାଧୀ ଦୁନିଆ ସାହୁଙ୍କୁ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର ଜଣେ ବ୍ୟକ୍ତି ଘରେ ପଶି ଦୁନିଆ ଓ ମାଆଙ୍କୁ ଆକ୍ରମଣ କରିଥିଲା ।

ବ୍ରହ୍ମପୁର(କେନ୍ୟୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଦିଗପହଣ୍ଡି ରାସ୍ତା ନରଣପୁର ଗାଁର ଦୁର୍ଦ୍ଦାନ୍ତ ଅପରାଧୀ ଦୁନିଆ ସାହୁଙ୍କୁ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର ଜଣେ ବ୍ୟକ୍ତି ଘରେ ପଶି ଦୁନିଆ ଓ ମାଆଙ୍କୁ ଆକ୍ରମଣ କରିଥିଲା । ଉଭୟଙ୍କୁ ଚିକିତ୍ସା ପାଇଁ ବଡ଼ ମେଡିକାଲ ନିଆଯାଉଥିବା ବେଳେ ରାସ୍ତାରେ ଦୁନିଆଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ । ବୋମାମାଡ଼ ସହ ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହୋଇ ଜେଲ ଯାଇ ନିକଟରେ ବେଲରେ ଆସିଥିଲେ ଦୁନିଆ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.