ନିଜେ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ହାର୍ଡକୋର୍‌ ମାଓବାଦୀର ମୃତ୍ୟୁ

ମାଲ୍‌କାନ୍‌ଗିରି(କେନ୍ୟୁଜ୍‌) :  ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ହାର୍ଡକୋର୍‌ ମାଓବାଦୀର ମୃତ୍ୟୁ ହୋଇଯାଇଛି । ମାଓବାଦୀ ଜଣକ ସୂରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଛି ।

ମୃତ ମାଓବାଦୀର ନାମ ସୁନିଲ୍‌ ପଦମା । ସେ ଭୈରମଗଡ଼ ଏରିଆ କମିଟ ଆଡି ଏକ୍ସପର୍ଟ ମାଓ ସଂଗଠନର ସଦସ୍ୟ । ବିଜାପୁର ଜିଲ୍ଲା ଅନ୍ତର୍ଗତ ବେଚାପାଲ ନିକଟରେ ରାସ୍ତା କାମକୁ ବିରୋଧ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲା । ଟାର୍ଗେଟ ଥିଲା ସୁରକ୍ଷାକର୍ମୀଙ୍କୁ ହତ୍ୟା କରିବା । ହେଲେ ନିଜେ ଖଞ୍ଜୁଥିବା ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ତା’ର ମୃତ୍ୟୁ ହୋଇଥିବା ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.