Below header

ଭୁବନେଶ୍ୱରରୁ ଉଦ୍ଧାର ମୁଣ୍ଡବିହୀନ ମହିଳାଙ୍କୁ ତମାଣ୍ଡୋ ଅଞ୍ଚଳରେ କରାଯାଇଛି ହତ୍ୟା ! କିଛି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍

ଭୁବନେଶ୍ୱର: ଭୁବନେଶ୍ୱର ଅନ୍ଧାରୁଆରୁ ଉଦ୍ଧାର ମୁଣ୍ଡବିହୀନ ମହିଳାଙ୍କ ମିଳିଲା ପରିଚୟ । ମହିଳା ଜଣଙ୍କ ମଞ୍ଚେଶ୍ୱର ଅଞ୍ଚଳର ବୋଲି ସୂଚନା ମିଳିଛି । ଭୁବନେଶ୍ୱର ଭିତରେ ହିଁ ତାଙ୍କୁ ହତ୍ୟା କରାଯାଇଛି । ତମାଣ୍ଡୋ ଅଞ୍ଚଳରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ହତ୍ୟାକାଣ୍ଡର କାରଣ ପରକୀୟାପ୍ରିତି ବୋଲି ସନ୍ଦେହ କରାଯାଉଛି । କିଛି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ହେଲେ ଏନେଇ ପୋଲିସ କିଛି ସ୍ପଷ୍ଟ କରିନାହିଁ । ହତ୍ୟା କରାଯାଇଥିବା ସ୍ଥାନକୁ ପୋଲିସର ଏକ ସ୍ପେଶାଲ ଟିମ୍‌ ପଠାଯାଇଛି । ସବିଶେଷ ତଥ୍ୟ ମିଳିବା ପରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବ କମିଶନରେଟ୍‌ ପୋଲିସ ।

ମୃତଦେହ ଉଦ୍ଧାର ଘଟଣାକୁ ପ୍ରାୟ ଏକ ସପ୍ତାହ ବିତିଗଲାଣି । ମହିଳାଙ୍କ ପରିଚୟ ଜାଣିବା ପାଇଁ କମିଶନରେଟ୍‌ ପୋଲିସ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା । ଏହାସହ ମହିଳାଙ୍କ ପରିଚୟ ଜାଣିବା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଅନ୍ଧାରୁଆ-ଦାସପୁର ରାସ୍ତା କଡ ବୁଦା ମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.