ଆଜି Promise Day, ଜାଣନ୍ତୁ ଆଜି ପାର୍ଟନରଙ୍କୁ କେଉଁ ପ୍ରତିଶ୍ରୁତି ଦେଲେ ସାରା ଜୀବନ ଅତୁଟ ରହିବ ସମ୍ପର୍କ

ଆଜି ପ୍ରମିଜ୍‌ ଡେ ବା ପ୍ରତିଜ୍ଞା ଦିବସ। ଭାଲେଣ୍ଟାଇନ୍‌ ସପ୍ତାହର ପଞ୍ଚମ ଦିବସକୁ ପ୍ରମିଜ୍‌ ଡେ ଭାବେ ପାଳନ କରାଯାଉଛି। ଚକୋଲେଟ୍‌ ଡେ’ ଓ ଟେଡି ବିୟର ଡେ’ ପର ଦିନ ଫେବ୍ରୁଆରୀ ମାସ ୧୧ ତାରିଖରେ ସବୁ ପ୍ରେମିକ ପ୍ରେମିକା ପରସ୍ପରକୁ ସାରା ଜୀବନ ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇ ପ୍ରମିଜ୍‌ ଡେ ଭାବେ ପାଳନ କରାଯାଏ। ଏକ ସୁନ୍ଦର ଓ ମଜଭୁତ ସମ୍ପର୍କର ଆଧାର ହେଉଛି ପ୍ରତିଶ୍ରୁତି। ଏଣୁ ପ୍ରମିଜ୍‌ ଡେ ଅବସରରେ ସବୁ ପ୍ରେମୀଯୁଗଳ ପରସ୍ପରକୁ ସବୁ ସୁଖ, ଦୁଃଖ, ହସକାନ୍ଦ, ଭଲମନ୍ଦରେ ଏକାଠି ରହିବା ପାଇଁ ହାତରେ ହାତ ଛନ୍ଦି ପ୍ରତିଶ୍ରୁତି ଦେଇଥାନ୍ତି।

ପ୍ରତିଜ୍ଞାକୁ କେହି କେବେ ଭାଙ୍ଗିବାକୁ ଦେଇନଥାନ୍ତି। ଯେତେବେଳେ କେହି କାହାକୁ କିଛି ପ୍ରତିଶ୍ରୁତି ଦେଇଥାନ୍ତି ଶେଷ ପର୍ଯ୍ୟନ୍ତ ସେ ତାହାକୁ ପାଳନ କରିଥାନ୍ତି। ଆପଣ କିଛି ଭୁଲ କରିବାକୁ ଯାଉଥିଲେ ଏହି ପ୍ରତିଶ୍ରୁତି ହିଁ ପୁଣିଥରେ ଆପଣଙ୍କୁ ମନେ ପକାଇ ଦିଏ ଯେ କାହାକୁ କିଛି ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରତିଶ୍ରୁତି କେବଳ ଗୋଟିଏ ଶବ୍ଦ ହୋଇଥିଲେ ମଧ୍ୟ ଏହା ସହ ଅନେକ ଜିନିଷ ଆସିଥାଏ। ପରସ୍ପର ପ୍ରତି ବିଶ୍ୱାସ, ନିଷ୍ଠା, ଲୟାଲଟି ଆଦିକୁ ପ୍ରତିଜ୍ଞା ଭାବେ ପ୍ରମିଜ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଭେଟି ଦେଇଥାନ୍ତି। ଜୀବନରେ କେବେ ବି କେହି କାହା ବିଶ୍ୱାସ ଭାଙ୍ଗିବେ ନାହିଁ ବୋଲି ଏହି ଦିନ ପରସ୍ପରକୁ ପ୍ରତିଶ୍ରୁତି ଦେଇଥାନ୍ତି।

You might also like