ଭାରତରେ ଦୁଇଟି ସ୍ମାର୍ଟଫୋନ୍‌ ଲଞ୍ଚ୍‌ କଲା ନୋକିଆ, ଜାଣନ୍ତୁ ଦାମ୍‌ ଓ ଫିଚର

ନୋକିଆ ଭାରତରେ ନିଜର ଦୁଇଟି ନୂଆ ସ୍ମାର୍ଟଫୋନ୍‌ ନୋକିଆ ୫.୪ ଓ ନୋକିଆ ୩.୪ ଲଞ୍ଚ୍‌ କରିଛି। ନୋକିଆ ୫.୪ର ୪ ଜିବି ରାମ୍‌ ଭ୍ୟାରିଏଣ୍ଟର ଦାମ୍‌ ୧୩,୯୯୯ ଟଙ୍କା ଥିବା ବେଳେ ୬ ଜିବି ରାମ ଭ୍ୟାରିଏଣ୍ଟର ମୂଲ୍ୟ ରହିଛି ୧୫,୪୯୯ ଟଙ୍କା। ଏହି ଫୋନ୍‌ରେ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ମିଳୁଛି। ଏହା ବ୍ୟତୀତ କମ୍ପାନୀ ନୋକିଆ ୩.୪କୁ ମଧ୍ୟ ଲଞ୍ଚ୍‌ କରିଛି। ନୋକିଆ ୩.୪ର ୪ଜିବି+୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ୍‌ ୧୧,୯୯୯ ଟଙ୍କା ରହିଛି।

ନୋକିଆ ୫.୪ କିଣିବାକୁ ଚାହୁଁଥିବା ଗ୍ରାହକ ୧୭ ଫେବ୍ରୁଆରୀରୁ ନୋକିଆ ଇଣ୍ଡିଆର ୱେବ୍‌ ସାଇଟ୍‌ ଓ ଅନ୍‌ଲାଇନ୍‌ ସପିଂ ସାଇଟ୍‌ ଫ୍ଲିପ୍‌କାର୍ଟ ମାଧ୍ୟମରେ କିଣିପାରିବେ। ଅନ୍ୟପଟେ ନୋକିଆ ୩.୪ର ସେଲ୍‌ ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ବୋଲି ଜଣାଯାଇଛି।

ନୋକିଆ ୫.୪:

Display : 6.39-inch
Processor : Qualcomm Snapdragon 662
Front Camera :16-megapixel
Rear Camera : 48-megapixel + 2-megapixel + 5-megapixel + 2-megapixel
RAM : 4GB
Storage : 64GB
Battery Capacity : 4000mAh
OS : Android 10

ନୋକିଆ ୩.୪:

Display : 6.39-inch
Processor : Qualcomm Snapdragon 460
Front Camera : 8-megapixel
Rear Camera : 13-megapixel + 2-megapixel
RAM : 4GB
Storage : 64GB
Battery Capacity : 4000mAh
OS : Android 10
Resolution : 720×1560 pixels

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.