ଆହୁରି ୩ ଦିନ ଡହଡହ ଖରାରେ ସିଝିବ ଅଧା ଓଡ଼ିଶା, ୪୫ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା
ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି। ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।ସୁନ୍ଦରଗଡ଼, ଭବାନୀପାଟଣା, ବରଗଡ଼ ଓ ବୌଦ୍ଧ ୪୩ ଟପିଛି ତାପମାତ୍ରା କହିବାକୁ ଗଲେ ଜଳୁଛି ପଶ୍ଚିମ ଓଡ଼ିଶା ।
କେନ୍ୟୁଜ୍(ବ୍ୟୁରୋ): ତାତିରୁ ମିଳୁନି ନିସ୍ତାର। ଆହୁରି ୩ ଦିନ ଡହଡହ ଖରାରେ ସିଝିବ ଅଧା ଓଡ଼ିଶା। ୨୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସହରର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଉପରେ ରହିପାରେ। ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି। ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
ସୁନ୍ଦରଗଡ଼, ଭବାନୀପାଟଣା, ବରଗଡ଼ ଓ ବୌଦ୍ଧ ୪୩ ଟପିଛି ତାପମାତ୍ରା କହିବାକୁ ଗଲେ ଜଳୁଛି ପଶ୍ଚିମ ଓଡ଼ିଶା । ସମ୍ବଲପୁରରେ ୪୦.୪, ହୀରାକୁଦ ୩୯.୪, ଚାନ୍ଦବାଲି, ୩୭.୮ ଓ ଭୁବନେଶ୍ୱରରେ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି। ଉପକୂଳ ଓଡ଼ିଶାରେ ଖରା ସହିତ ହନ୍ତସନ୍ତ କରୁଛି ଗୁଳୁଗୁଳି। ପିକ୍ ଆୱାର ସମୟରେ ଘରୁ ନ ବାହାରବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।