ପୁଣି ରେକର୍ଡ କଲା କିସ୍ ବିଶ୍ବବିଦ୍ୟାଳୟ, ମାଟ୍ରିକରେ ଶତ ପ୍ରତିଶତ ମିଳିଛି ସଫଳତା

କିସ୍‌ର ମୋଟ ୧୮ ଶହ ୮୦ ଛାତ୍ରଛାତ୍ରୀ ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ବେଳେ ୪୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଓ ୫୫ ପ୍ରତିଶତ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି । ଚଳିତବର୍ଷ ରାଜ୍ୟ ଫଳାଫଳ ୯୬.୪ ପ୍ରତିଶତ ହୋଇଥିବା କିସ୍‌ର ପାସ୍‌ ହାର ଶତ ପ୍ରତିଶତ ହୋଇଛି।

କେନ୍ୟୁଜ୍(ବ୍ୟୁରୋ):  ପ୍ରକାଶ ପାଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ । ଏଥିରେ କଳିଙ୍ଗ ଇନଷ୍ଟଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌ (କିସ୍‌)କୁ ଶତ ପ୍ରତିଶତ ସଫଳତା ମିଳିଛି । କିସ୍‌ର ମୋଟ ୧୮ ଶହ ୮୦ ଛାତ୍ରଛାତ୍ରୀ ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ବେଳେ ୪୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଓ ୫୫ ପ୍ରତିଶତ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି । ଚଳିତବର୍ଷ ରାଜ୍ୟ ଫଳାଫଳ ୯୬.୪ ପ୍ରତିଶତ ହୋଇଥିବା କିସ୍‌ର ପାସ୍‌ ହାର ଶତ ପ୍ରତିଶତ ହୋଇଛି। କିସ୍‌ ଛାତ୍ର ମକରା ମୁର୍ମୁ ସର୍ବାଧିକ ୫୫୩ ନମ୍ବର ରଖି ସ୍କୁଲ୍‌ ଟପ୍ପର ହୋଇଛନ୍ତି ।

ସେହିପରି ଦିନେଶ ହେମ୍ବ୍ରମ୍‌ ଓ ଝାଡ଼ଖଣ୍ଡରୁ ଆସି କିସ୍‌ ପଢୁଥିବା ଡିଜିଜି ଟୁଡୁ ୯୦.୩୩ ପ୍ରତିଶତ ଅର୍ଥାତ ୫୪୨ ନମ୍ବର ରଖିଛନ୍ତି । ନମିତା ଓରାମ୍‌ ଓ ରଶ୍ମିତା ସ୍ୱାଂସି ୯୦ ପ୍ରତିଶତ ଅର୍ଥାତ ୫୪୦ ନମ୍ବର ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କିସ୍‌ ଫଳାଫଳ ନେଇ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ମାଟ୍ରିକ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡ. ସାମନ୍ତ କହିଛନ୍ତି, କିସ୍‌ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ, ଛାତ୍ରଛାତ୍ରୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସମୟକୁ ସମୟ ବିଭିନ୍ନ ଶିକ୍ଷାବିିତଙ୍କ ମାର୍ଗଦର୍ଶନ ଯୋଗୁଁ ଛାତ୍ରଛାତ୍ରୀମାନେ ଏଭଳି ସଫଳ ପାଇପାରିଛନ୍ତି । ଏଥିପାଇଁ ଡ. ସାମନ୍ତ କିସ୍‌ର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.