ଆକାଶରୁ ଅଗ୍ନିବର୍ଷା: ଆଜିଠୁ ପଶ୍ଚିମ ଓଡ଼ିଶାକୁ ହିଟ୍‌ୱେଭ୍ ଆଲର୍ଟ, ୫ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟକୁ ପୁଣି ଫେରିଛି ତାତି । ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ଅଗ୍ନିବର୍ଷା ହେଉଛି । ଆଜିଠୁ ପଶ୍ଚିମ ଓଡ଼ିଶାରେ ଆହୁରି ବଢ଼ିବ ଦିନର ତାପମାତ୍ରା । ତିନି ଦିନ ଯାଏ ନିସ୍ତାର ନାହିଁ । ୧୦ ତାରିଖ ଯାଏ ପଶ୍ଚିମ ଓଡ଼ିଶାକୁ ହିଟ୍‌ୱେଭ୍ ଆଲର୍ଟ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ପାଇଁ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗର ଓ ସମ୍ବଲପୁର ଜିଲ୍ଲାକୁ ଜାରି ହୋଇଛି ଗ୍ରୀଷ୍ମ ପ୍ରବାହ ସତର୍କତା । ୯ ତାରିଖରେ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର ଓ ନୂଆପଡ଼ା ଏବଂ ୧୦ରେ ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାକୁ ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣିଂ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.