ବଦଳୁଛି ସରକାରୀ ସ୍କୁଲର ରୂପରେଖ: ଆଜି ୪୪୫ଟି ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ବଦଳୁଛି ସରକାରୀ ସ୍କୁଲର ରୂପରେଖ। ଆଜି ୪୪୫ଟି ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ରାଜ୍ୟର ୫ ଜିଲ୍ଲାର ୪୪୫ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ।

ବାଲେଶ୍ୱରର ୧୩୫, ପୁରୀ ୯୫, ନୟାଗଡ଼ର ୬୦, ଜଗତସିଂହପୁର ୭୫ ଓ ଭଦ୍ରକ ଜିଲ୍ଲାର ୮୦ଟି ହାଇସ୍କୁଲ ଲୋକାର୍ପିତ ହେବ। ସ୍ମାର୍ଟ ସ୍କୁଲ ଦ୍ୱାରା ସାକାର ହେଉଛି ପିଲାଙ୍କ ସ୍ୱପ୍ନ। ପାଠପଡା ସହିତ କ୍ରୀଡାର ବିକାଶ ଓ ଛାତ୍ରଛାତ୍ରୀଙ୍କ ସର୍ଜନାତ୍ମକ ପ୍ରତିଭାର ପ୍ରଦର୍ଶନ ଲାଗି ସ୍କୁଲ ଗୁଡିକରେ ବିଶେଷ ସୁଯୋଗ ସୃଷ୍ଟି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.