ବଢୁଛି ପାରଦ, ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା: ସକାଳୁ ସକାଳୁ ଜଳିଗଲା ଭଳି ଲାଗୁଛି ଦେହହାତ

ଭୁବନେଶ୍ବର(କେନ୍ୟୁଜ) : ରାଜ୍ୟକୁ ପୁଣି ଫେରିଛି ତାତି । ବଢୁଛି ପାରଦ । ଜାରି ରହିଛି ଗ୍ରୀଷ୍ମଲହରି । ବିଭିନ୍ନ ଜିଲ୍ଲାରେ ଦିନର ତାପମାତ୍ରା ବଢିଛି । ଦୁଇ ଦିନ ହେବ ଦିନର ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍‌ ଯାଏ ବଢ଼ିଛି । ସକାଳୁ ସକାଳୁ ଜଳିଗଲା ଭଳି ଲାଗୁଛି ଦେହହାତ । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ୮ଟାରୁ ଅସହ୍ୟ ସ୍ଥିତି । ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଜଳୁଛି ଉପକୂଳରୁ ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶା । ଅପରାହ୍ଣ ୪ଟା ଯାଏ ଘରୁ ବାହାରି ହେଉନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.