ଦେଖନ୍ତୁ ଭିଡିଓ: ରାସ୍ତା ମଝିରେ ଓଲଟି ପଡ଼ିଲା ଚଣା ବୋଝେଇ ଟ୍ରକ୍‌; ୯୮୨ ବସ୍ତା ବୋହି ନେଇଗଲେ ଲୋକେ

ଛତିଶଗଡ଼ର ବିଳାସପୁର ସହରରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ବୋଝେଇ ଥିବା ଚଣା ଭର୍ତ୍ତି ବସ୍ତାଗୁଡ଼ିକୁ ଲୋକେ ଲୁଟି ନେଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ଘଟିଛି ସହରର ବେଲ୍‌ମୁଣ୍ଡି ଅଞ୍ଚଳରେ। ଏଠାରେ ରାସ୍ତା ମଝିରେ ହଠାତ୍‌ ଟାୟାର ଫାଟିଯିବାରୁ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗମ୍ଭୀର ରୂପେ ଆହତ ହୋଇଛନ୍ତି।

ସେଠାରେ ଉପସ୍ଥିତ କିଛି ଲୋକେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲ ନେଇଯାଇଥିଲେ। ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି। ତେବେ ଏହାରି ଭିତରେ କିଛି ଲୋକ ମଉକାର ଫାଇଦା ଉଠାଇ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଉପରେ ଚଢ଼ି ଯାଇଥିଲେ ଏବଂ ଭିତରେ ଥିବା ଚଣା ଭର୍ତ୍ତି ବସ୍ତାଗୁଡ଼ିକୁ ବୋହି ଘରକୁ ନେଇଯାଇଥିଲେ।

କୁହାଯାଉଛି ଯେ ଟ୍ରକ୍‌ରେ ମୋଟ ୯୮୨ଟି ଚଣା ଭର୍ତ୍ତି ବ୍ୟାଗ୍‌ ଥିଲା। ଯେମିତି ହିଁ ପାଖ ଗାଁର ଲୋକଙ୍କୁ ଏ ନେଇ ଖବର ମିଳିଥିଲା, ତ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ବସ୍ତାଗୁଡ଼ିକୁ ଉଠାଇ ଘରକୁ ନେଇଯାଇଥିଲେ। ତେବେ ଏପରି ଲୁଟ୍‌ ଘଟଣାକୁ ସେଠାରେ ଉପସ୍ଥିତ କେହି ଜଣେ ବ୍ୟକ୍ତି ରେକର୍ଡ କରି ନେଇଥିଲେ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.