ରାଜ୍ୟରେ ଖସୁଛି ପାରଦ ବଢୁଛି ଥଣ୍ଡା: କୁହୁଡିର ଚାଦର ତଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି, ମର୍ଣ୍ଣିଂ ୱାକ୍ ପାଇଁ ରାସ୍ତାରେ ଜମୁଛି ଲୋକଙ୍କ ଭିଡ଼

ଭୁବନେଶ୍ବର: ଖସୁଛି ପାରଦ, ବଢୁଛି ଥଣ୍ଡା । କିଛି ଦିନ ହେଲା ସୋନପୁରରେ ଶୀତ ଅନୁଭୂତ ହେଉଛି । ପାରଦ ଯେତିକି ଖସୁଛି ଶୀତର ମାତ୍ରା ବେଶ ଅନୁଭୂତ ହେଉଛି । ଶୀତର ମଜା ଉଠାଇବାକୁ ସକାଳୁ ସକାଳୁ ରାସ୍ତାରେ ଜମୁଛି ଲୋକଙ୍କ ଭିଡ଼। ମର୍ଣ୍ଣିଂ ୱାକ ସାଙ୍ଗକୁ ବାମ୍ଫ ଉଠା ଚା’ର ମଜା ନେଉଥିବା ଦେଖାଯାଇଛି। ଶୀତର ମାତ୍ର ଯେତିକି ବଢୁଛି କରୋନାର ଅଜଣା ଭୟ ମନରେ ସଞ୍ଚାର ହେଉଛି ।

ଅନ୍ଯପଟେ କୁହୁଡିର ଚାଦର ତଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି। ରାଜ୍ୟରେ ପାରଦ ଖସିବା ସହ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଅଧିକ ଶୀତ ଅନୁଭୂତ ହେଉଛି। ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ରହୁଛି। ରାସ୍ତାଘାଟ ଠିକ୍‌ରେ ନଦେଖାଯିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.