ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀଙ୍କ ପରଲୋକ। ତାଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ନଭେମ୍ବର ୧ରେ ଉଭୟ ରାଜ୍ୟପାଳ ଏବଂ ତାଙ୍କ ଧର୍ମପତ୍ନୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେବେ ସୁଶୀଲା ଦେବୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଜଣେ ଧାର୍ମିକ ଓ ପରୋପକାରୀ ମହିଳା ଥିଲେ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଥିବା ସହିତ ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି କହିଛନ୍ତି।

ଏହାସହ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ଯ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେହିପରି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୋକବ୍ୟକ୍ତ କରିଛନ୍ତି । ପ୍ରଭୂ ଜଗନ୍ନାଥ ତାଙ୍କ ଆତ୍ମାର ସଦଗତି କରିବା ସହ ଦୁଃଖ ସମୟରେ ତାଙ୍କ ପରିବାରକୁ ସାହାସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି ରଣେନ୍ଦ୍ର ଟ୍ଵିଟ୍‌ କରି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.