ଏଭଳି ଭାବୁଥିବା ବ୍ୟକ୍ତିଙ୍କଠୁ ବଡ଼ ମୁର୍ଖ ସଂସାରରେ ଆଉ କେହି ନାହାନ୍ତି, ଜାଣନ୍ତୁ ଚାଣକ୍ୟଙ୍କ ମତରେ ମୁର୍ଖର ପରିଭାଷା କ’ଣ?

ଆଚାର୍ଯ୍ୟ ଚାଣକ୍ୟଙ୍କ ବାଣୀ ସବୁବେଳେ ଜୀବନରେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରେ। ଠିକ୍‌ କ’ଣ ଭୁଲ କ’ଣ, ଆଚାର ବ୍ୟବହାର କିଭଳି ହେବା ଦରକାର, ବ୍ୟକ୍ତିର ଚରିତ୍ର କେମିତି ହେବା ଆବଶ୍ୟକ ଏ ସବୁ ବିଷୟରେ ଚାଣକ୍ୟ ମତ ଦେଇଛନ୍ତି। କେଉଁମାନେ ଜ୍ଞାନୀ ଓ କେଉଁମାନେ ଅଜ୍ଞାନୀ ବା ମୁର୍ଖ ସେ ବିଷୟରେ ମଧ୍ୟ ଚାଣକ୍ୟ ନୀତିରେ ବର୍ଣ୍ଣନା କରାଯାଇଛି।

ଚାଣକ୍ୟ ନୀତି ଅନୁସାରେ ଯଦି ବ୍ୟକ୍ତି ସମ୍ମାନ ପାଇବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ସବୁବେଳେ କେତେକ ବିଷୟ ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ଚାଣକ୍ୟଙ୍କ ମୁତାବକ ବ୍ୟକ୍ତି ନିଜ କାର୍ଯ୍ୟ ଯୋଗୁ ସମ୍ମାନ କିମ୍ବା ନିନ୍ଦା ପାଏ। ଯେଉଁ ବ୍ୟକ୍ତି ସବୁବେଳେ ଆଗକୁ ବଢ଼ିବା ପାଇଁ ଚେଷ୍ଟା ଜାରି ରଖିଥାଏ, ସେ ସବୁବେଳେ ପ୍ରଶଂସା ପାଏ ଓ ତାଙ୍କ ଗଣତି ବିଦ୍ୱାନଙ୍କ ମଧ୍ୟରେ ହୋଇଥାଏ।

chanakya

ଯେଉଁ ବ୍ୟକ୍ତି କୌଣସି ନୂଆ ଜିନିଷକୁ ବୁଝିବାକୁ ଓ ଜାଣିବାକୁ ପ୍ରସ୍ତୁତ ନୁହେଁ, ତାଙ୍କୁ ମୁର୍ଖ ଭାବେ ବିବେଚନା କରାଯାଏ। ଯେଉଁମାନେ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ଚାହାନ୍ତି ସେମାନେ ନିରନ୍ତର ଚେଷ୍ଟା ଜାରି ରଖିବା ଉଚିତ। ସବୁବେଳେ କିଛି ନା କିଛି ଶିକ୍ଷା କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

ସର୍ବଦା ଯିଏ ନିଜର ପ୍ରଶଂସା ଶୁଣିବାକୁ ଚାହେଁ ସେଭଳି ବ୍ୟକ୍ତି କେବେ ବି ସଫଳ ହୋଇପାରେ ନାହିଁ। ସେହିପରି ଯେଉଁ ବ୍ୟକ୍ତି ସାମ୍ନା ଲୋକକୁ ନିଜଠୁ କମ୍‌ ବୋଲି ଭାବେ ସେ ଜୀବନରେ କେବେ ବି ଉନ୍ନତି କରିପାରେ ନାହିଁ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି। ଏଭଳି ଲୋକଙ୍କୁ ଚାଣକ୍ୟ ମୁର୍ଖ ବୋଲି କହିଛନ୍ତି। ଏମାନେ ସବୁବେଳେ ଅନ୍ୟକୁ ଛୋଟ ଭାବନ୍ତି, ଏଣୁ ଜୀବନରେ ସଫଳ ହୋଇପାରନ୍ତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.