Below header

ଜି-୨୦ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କହିଲେ ଟାର୍ଗେଟ୍‌ ଠାରୁ ଅଧିକ କରିଛି ଭାରତ

କେନ୍ଯୁଜ୍: ଜି-୨୦ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲ ସମ୍ମିଳନୀରେ ପ୍ୟାରିସ୍ ଜଳବାୟୁ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ କେବଳ ଟାର୍ଗେଟ୍‌ ପୂରଣ କରିନି । ଏହାଠାରୁ ଅଧିକ କିଛି କରିଛି । ଏବେ ନାଗରିକଙ୍କ ଜୀବନ ଓ ଅର୍ଥନୀତିକୁ ରକ୍ଷା କରିବା ଉପରେ ଦେଶ ଫୋକସ୍‌ କରିଛି। ଜଳବାୟୁ ପରିବର୍ତ୍ତନ ବିରୋଧ ଲଢ଼େଇ ଭଳି ଏହା ମଧ୍ୟ ସମାନ ଗୁରୁତ୍ୱ ରଖୁଛି ।

ଜଳବାୟୁ ପରିବର୍ତ୍ତନ ପାଇଁ ସମେସ୍ତ ଏକତ୍ର ଲଢ଼େଇ କରିବା ଉଚିତ। ବିକାଶଶୀଳ ପୃଥିବୀକୁ ଅଧିକ ବୈଷୟିକ ସମର୍ଥନ ଓ ଆର୍ଥିକ ସମର୍ଥନ ମିଳିଲେ ବିଶ୍ୱ ଦ୍ରୁତ ଗତିରେ ଆଗକୁ ବଢ଼ି ପାରିବ । ପ୍ରତି ବ୍ୟକ୍ତି ସମୃଦ୍ଧ ନହେଲେ ମାନବ ଜାତି ସମୃଦ୍ଧ ହୋଇ ପାରିବନାହିଁ ବୋଲି ମୋଦି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.