Below header

ସୁଟିଂ ପୂର୍ବରୁ କରୋନା ଟେଷ୍ଟ କରାଇଲେ କ୍ୟାଟ୍ରିନା କୈଫ୍‌, କହିଲେ- ‘ପ୍ରଥମେ ସୁରକ୍ଷା’; ଦେଖନ୍ତୁ ଭିଡିଓ

ସୁଟିଂକୁ ଯିବା ପୂର୍ବରୁ ନିଜ କୋଭିଡ୍‌ ଟେଷ୍ଟ କରାଇଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଏହାର ଭିଡିଓ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିସହ ସେ ପରାମର୍ଶ ଦେଇଛନ୍ତି ଯେ ସୁରକ୍ଷା ନିତାନ୍ତ ଜରୁରୀ। କ୍ୟାଟ୍ରିନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ କ୍ୟାଟ୍ରିନା ସ୍ୱାବ୍‌ ଦେବା ବେଳେ ଅସହଜ ଅନୁଭବ କରୁଥିବା ଦେଖାଯାଇଛି। ଟେଷ୍ଟ ବେଳେ କ୍ୟାଟ୍ରିନା ଧଳା ରଙ୍ଗର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି।

ଏବେ ଯାଏ ଲକ୍ଷାଧିକ ଲୋକ ଏହି ଭିଡିଓକୁ ଦେଖି ସାରିଲେଣି। ଫ୍ୟାନ୍‌ମାନେ କମେଣ୍ଟ କରି ସେଫ୍ଟି ଗାଇଡ୍‌ଲାଇନ୍‌କୁ ଠିକ୍‌ ଭାବେ ପାଳନ କରିଥିବାରୁ ଅଭିନେତ୍ରୀଙ୍କୁ ପ୍ରଶଂସା କରିଛନ୍ତି। କ୍ୟାଟ୍ରିନାଙ୍କ ଟିମ୍‌ ତାଙ୍କ କରୋନା ଟେଷ୍ଟ ଅନୁଭୂତିକୁ ରେକର୍ଡ କରିଛନ୍ତି। କ୍ୟାଟ୍ରିନା ଭିଡିଓ ସେୟାର କରି ଲେଖିଛନ୍ତି, ‘ସୁଟିଂ ପାଇଁ ଟେଷ୍ଟ ସରିଲା’।

 

View this post on Instagram

 

A post shared by ABP News (@abpnewstv)

କ୍ୟାଟ୍ରିନା କୈଫ୍‌ ନିକଟରେ ଏକ ପ୍ରୋଜେକ୍ଟ ସୁଟିଂ ପାଇଁ ମାଲଦ୍ୱୀପ ଯାଇଥିଲେ। ନଭେମ୍ବର ୧୨ରେ ସେ ମୁମ୍ବାଇ ଫେରିଛନ୍ତି। ଖୁବ୍‌ଶୀଘ୍ର କ୍ୟାଟ୍ରିନାଙ୍କୁ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ କୁମାରଙ୍କ ସହ ଦେଖିବାକୁ ମିଳିବ। ଏହି ଫିଲ୍ମ ମାର୍ଚ୍ଚ ମାସରେ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.