ବଡ଼ଦାଣ୍ଡରୁ ଅଦୃଶ୍ୟ ହେଲା ଶ୍ରୀମନ୍ଦିର, ଘନ କୁହୁଡ଼ିରେ ବୁଡ଼ିଗଲା ସାରା ଶ୍ରୀକ୍ଷେତ୍ର

ପୁରୀ: ଆଜି ସାରା ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ ହୋଇଛି । ପ୍ରବଳ କୁହୁଡି ଯୋଗୁ ସକାଳୁ ରାସ୍ତା ଦେଖାଯାଉନଥିଲା । ଫଳରେ ଲୋକେ ଯିବା ଆସିବାରେ ଅନେକ ଅସୁବିଧା ଭୋଗିଥିଲେ । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଏପରି କୁହୁଡି ଅନୁଭୂତ ହେବ । ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ପାଣିପାଣ କେନ୍ଦ୍ରର ସୂଚନା ଅନୁସାରେ ରାତିରେ ସର୍ବନିମ୍ନ ତାପାମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଫଳରେ ପ୍ରବଳ ଥଣ୍ଡାରୁ ଆଶ୍ୱସ୍ତି ପାଇବେ ଲୋକେ ।

ଘନ କୁହୁଡି ଫଳରେ ବଡ଼ଦାଣ୍ଡରୁ ଅଦୃଶ୍ୟ ହେଲା ଶ୍ରୀମନ୍ଦିର । ଆଜି ସକାଳୁ ସକାଳୁ ପୁରୀରେ ବି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଘନ କୁହୁଡ଼ି ଯୋଗୁଁ ଶ୍ରୀମନ୍ଦିର ଦେଖାଯାଇନଥିଲା। ସେହିପରି ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ସ୍ଥାନରେ କୁହୁଡ଼ି ପାଇଁ ଗମନାଗମନରେ ବାଧା ଉପୁଜିଥିଲା। ଦୀର୍ଘ ସମୟ ଯୋଗୁଁ ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଯାତାୟାତରେ ଅସୁବିଧା ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.