Below header

ନିର୍ଭୟାକାଣ୍ଡର ୪ ଅଭିଯୁକ୍ତଙ୍କୁ ଶେଷଇଚ୍ଛା ଜଣାଇବାକୁ ପରାମର୍ଶ, ପରିବାରବର୍ଗଙ୍କୁ ଭେଟିବାକୁ ଚାହାନ୍ତି କି? ପ୍ରଶ୍ନ ପଚାରିଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ନିଜର ଶେଷ ଇଚ୍ଛା ଜଣାଇବାକୁ ନିର୍ଭୟାକାଣ୍ଡର ପିଶାଚଙ୍କୁ ତିହାର ଜେଲ ପ୍ରଶାସନର ପରାମର୍ଶ। ନିଜର ପରିବାରବର୍ଗଙ୍କୁ ମୁକେଶ, ବିନୟ, ଅକ୍ଷୟ ଓ ପବନ ଭେଟିବାକୁ ଚାହାନ୍ତି କରି ବୋଲି ପଚାରିଛି ଜେଲ ପ୍ରଶାସନ। ଫାଶୀର ଦୁଇଦିନ ପୂର୍ବରୁ ଅର୍ଥାତ ଜାନୁଆରି ୨୦ ତାରିଖ ପରେ ସେମାନଙ୍କୁ ଆଉ କାହା ସହ ସାକ୍ଷାତ କରିବାକୁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ ଜଣାଇ ଦିଆଯାଇଛି। ତେବେ ଯଦି ସେମାନେ ନିଜ ପରିବାରବର୍ଗଙ୍କୁ ଭେଟନ୍ତି, ତେବେ ସେମାନଙ୍କୁ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ଭେଟିବାକୁ ଦିଆଯିବ ବୋଲି ଜଣାପଡ଼ିଛି। ସାଧାରଣ ସାକ୍ଷାତ ସମୟ ଅଧଘଣ୍ଟା ରହିଥିବା ବେଳେ ଶେଷ ସାକ୍ଷାତ ସମୟରେ ଅଧିକ ସମୟ ଦିଆଯିବ। ଏହି ସମୟରେ ଜେଲ ସୁପରିନ୍‌ଟେଣ୍ଡେଣ୍ଟ ଉପସ୍ଥିତ ରହିବେ। ଏହାସହ ବନ୍ଦୀ ଜୀବନ ମଧ୍ୟରେ ନିଜ କାର୍ଯ୍ୟରୁ ସେମାନେ ରୋଜଗାର କରିଥିବା ଅର୍ଥକୁ ମଧ୍ୟ ସେମାନଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯିବ। ଅକ୍ଷୟ ସିଂହ ସର୍ବାଧିକ ୬୯ହଜାର ଟଙ୍କା ରୋଜଗାର କରିଥିବା ବେଳେ ବିନୟ ଶର୍ମା ୩୯ହଜାର ଓ ପବନ ଗୁପ୍ତା ୨୯ହଜାର ଟଙ୍କା ରୋଜଗାର କରିଛନ୍ତି।

ମୁକେଶ କୁମାର କୌଣସି ଶାରୀରିକ ପରିଶ୍ରମ କରିବାକୁ ମନା କରିଦେଇଥିଲା। ସୁପ୍ରିମ କୋର୍ଟରେ ଦୟାଯାଚିକା ଖାରଜ ହୋଇଯିବା ପରେ ନିଜ ବାପାଙ୍କୁ ଭେଟିବା ସମୟରେ ବିନୟ ଶର୍ମା ଭାଙ୍ଗିପଡ଼ିଥିବା ଦେଖାଯାଇଛି। ଚାରି ଅଭିଯୁକ୍ତଙ୍କୁ ବର୍ତ୍ତମାନ ସ୍ୱତନ୍ତ୍ର ସେଲରେ ରଖାଯାଇଥିବା ବେଳେ ନିୟମିତ ଭାବେ ଡାକ୍ତରଙ୍କ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.