Below header

ଆଜି ମକର ସଂକ୍ରାନ୍ତି, ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର(କେନ୍ଯୁଜ୍): ମକର ସଂକ୍ରାନ୍ତି ପାଇଁ ସାରା ରାଜ୍ୟ ଉତ୍ସବମୁଖର। ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଓଡ଼ିଶାର ସବୁ ଅଞ୍ଚଳରେ ମକର ସଂକ୍ରାନ୍ତି ବେଶ ଧୁମଧାମରେ ପାଳନ କରାଯାଇଥାଏ । ବିଶେଷକରି ଆଦିବାସୀ ଅଞ୍ଚଳରେ ଏହାକୁ ବେଶ ଆଡ଼ମ୍ବର ସହକାରେ ପୂଜା କରାଯାଇଥାଏ । ସେହିଭଳି ବିଭିନ୍ନ ସ୍ଥାନରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ବିଶେଷ କରି କଟକର ଗଳି କନ୍ଦିରେ ଗୁଡି ଉଡାଇବାର ପରମ୍ପରା ବହୁବର୍ଷରୁ ରହି ଆସିଛି । ହେଲେ ଏବେ ମାଞ୍ଜା ସୂତା ବ୍ୟବହାର ଉପରେ କଟକଣା କରାଯାଇଛି । ଏପଟେ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଘରେ ଘରେ ମକର ମହକ ଦେଖିବାକୁ ମିଳେ । ସେହିଭଳି ଉତ୍ତର ଓଡ଼ିଶାରେ ମଧ୍ୟ ଧୁମଧାମରେ ପାଳନ ହୁଏ ମକର ସଂକ୍ରାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.