ଘନ କୁହୁଡ଼ି ନେଇ ସତର୍କତା, ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଘନ କୁହୁଡ଼ି ଯୋଗୁ ଆସନ୍ତା ୨୪ ଘଣ୍ଟା ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ୫ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ବୌଦ୍ଧ, କନ୍ଧମାଳ, ପୁରୀ, ନୟାଗଡ଼ ଓ କଳାହାଣ୍ଡିକୁ ୟେଲୋ। ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। କୁହୁଡ଼ି ସତର୍କତା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରିଛନ୍ତି ଏସ୍‌ଆରସି। ଏଥିସହ କୁହୁଡ଼ି ବେଳେ ଦୁର୍ଘଟଣା ରୋକିବାକୁ ପୋଲିସ ଓ ପରିବହନ ବିଭାଗର କର୍ମଚାରୀଙ୍କୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପାଣିପାଗ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଗତକାଲି ରାଜ୍ୟରେ ଫୁଲବାଣୀରେ ସର୍ବନିମ୍ନ ୫.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ଭୁବନେଶ୍ୱରରେ ଶନିବାର ୧୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରହିଥିବା ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.