ଗୋଟେ ପରେ ଗୋଟେ ଖୋଲୁଛିି କିଡନୀ ଠକ ହିମାଂଶୁ ନନ୍ଦର କଳା କାରନାମା, ଏବେ ଅଫିସରେ ଚାଲିଛି ରେଡ୍

ଭୁବନେଶ୍ୱର(କେ ନ୍ୟୁଜ):  ଗୋଟେ ପରେ ଗୋଟେ ହୋଇ ଖୋଲୁଛିି କିଡନୀ ଠକ ହିମାଂଶୁ ନନ୍ଦର କଳା କାରନାମା | ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଛି । ଆଜି ହିମାଂଶୁ ନନ୍ଦର ଅଫିସରେ ରେଡ୍‌ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଉତ୍ତରା ଛକ ନିକଟରେ ସେ ଅଫିସ କରିଥିଲା । ସେଠାରେ ଚଢ଼ାଉ ବେଳେ କିଛି କାଗଜପତ୍ର ଜବତ କରିଛି ପୋଲିସ । ଅଧିକ ଖୋଳତାଡ ଜାରି ରହିଛି । ହିମାଂଶୁକୁ ତିନି ଦିନିଆ ରିମାଣ୍ଡରେ ନେଇ ଜେରା ଚଳାଇଛି କମିଶନରେଟ ପୋଲିସ । ତା ନିକଟରୁ ମିଳିଥିବା ତଥ୍ୟ ଆଧାରରେ ରେଡ୍‌ ହୋଇଛି ।

ଜେରା ବେଳେ ସାମନାକୁ ଆସିଛି ନୂଆ ନୂଆ ତଥ୍ୟ । ଖୁବ କମ ସମୟରେ ବଡ଼ ଲୋକ ହେବା ଓ ଗାର୍ଲଫ୍ରେଣ୍ଡକୁ ଖୁସ କରିବା ପାଇଁ ମାର୍କେଟିଂ ଷ୍ଟାଫରୁ ହିମାଂଶୁ ବନିଥିଲା ଜାଲ୍‌ ମେଡିକାଲ ଷ୍ଟାଫ୍‌ । ଲୋକଙ୍କ ଟଙ୍କାରେ କରୁଥିଲା ଅୟସ । ବଡ ବଡ ହୋଟେଲରେ ରହି ଠକେଇ ଟଙ୍କାରେ କରୁଥିଲା ମଉଜମଜଲିସ୍‌ । ନିଜକୁ ଡାକ୍ତରଙ୍କ ପାଖ ଲୋକ କହି କିଡନୀ ଯୋଗାଇ ଦେବା ନାଁରେ ରୋଗୀଙ୍କ ସହ କରୁଥିଲା ଡିଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.