Below header

ରାଜ୍ୟର ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ, ସବୁଠୁ ଉତ୍ତପ୍ତ ସହର ଟିଟିଲାଗଡ଼

କେନ୍ୟୁଜ୍ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି । ଗତକାଲି ରାଜ୍ୟର ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ସବୁଠୁ ଉତ୍ତପ୍ତ ସହର ଥିଲା ଟିଟିଲାଗଡ଼। ଏଠାରେ ତାପମାତ୍ରା ସର୍ବାଧିକ ୪୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା । ସେହିପରି ବଲାଙ୍ଗିରରେ ୪୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ ରେକର୍ଡ ହୋଇଥିଲା । ଭବାନୀପାଟଣା, ମାଲକାନଗିରି ଓ ସୋନପୁରରେ ତାପମାତ୍ରା ୪୨ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୧.୯ ଡିଗ୍ରୀ, ହୀରାକୁଦରେ ୪୧.୫ ଡିଗ୍ରୀ, ଅନୁଗୁଳରେ ୪୧.୧, ସୁନ୍ଦରଗଡ଼ରେ ୪୦.୫, ଫୁଲବାଣୀରେ ୪୦.୨ ଡିଗ୍ରୀ ସେଲସିୟସ୍‌ ତାତି ରେକର୍ଡ କରାଯାଇଥିଲା । ଆସନ୍ତା ତିନି ଦିନ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆହୁରି ତାତି ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.