ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ କ୍ଷେତ୍ରରେ ଲଘୁଚାପ ହେବ ସୃଷ୍ଟି, ପ୍ରବଳ ବର୍ଷାର ପୂର୍ବାନୁମାନ

କେନ୍ୟୁଜ୍(ବ୍ୟୁରୋ):  ୨୧ତାରିଖ ବେଳକୁ ବଙ୍ଗୋପସାଗରରେ ହେବ ଲଘୁଚାପ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ କ୍ଷେତ୍ରରେ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ବିଶେଷ କରି ଉତ୍ତର ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ।

କେତେକ ଜାଗାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ସେପଟେ ଏବେ ବି ରାଜ୍ୟରେ ଅଭାବୀ ବର୍ଷା ରହିଛି। ୧୭ ଜିଲ୍ଲାରେ ବର୍ଷାରେ ଅଭାବ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷାର ପରିମାଣ ୨୧ପ୍ରତିଶତ କମ୍‌ ରହିଛି। ଲଘୁଚାପ ବର୍ଷା ପ୍ରଭାବରେ ଏହା ଭରଣା ହୋଇପାରିବ ବୋଲି ଅନୁମାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.