Below header

ଆଜି ପବିତ୍ର ହେରା ପଞ୍ଚମୀ ନୀତି, ଜାଣନ୍ତୁ କାହିଁକି ମା’ ଲକ୍ଷ୍ମୀ ଭାଙ୍ଗି ଦିଅନ୍ତି ନନ୍ଦିଘୋଷ କାଠ

ଆଜି ପବିତ୍ର ହେରାପଞ୍ଚମୀ ନୀତି । ରଥଯାତ୍ରାରେ ହେରା ପଞ୍ଚମୀ ନୀତିର ଏକ ବିଶେଷ ମହତ୍ତ୍ୱ ଅଛି । ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀ ଜୀଉ ମାନେ ଜ୍ବରରେ ପୀଡିତ ହୋଇ ୧୫ ଦିନ ପାଇଁ ଅଣସର ଘରେ ରୁହନ୍ତି । ଏହି ସମୟରେ ଚାଲେ ଅଣସର ନୀତିକାନ୍ତି । ଫଳମୂଳ, ଔଷଧ ମୁଲିକା ଖାଇ ସୁସ୍ଥ ହେବା ପରେ ମହାପ୍ରଭୁ ନବଯୌବନ ଦର୍ଶନରେ ଦେଖା ଦିଅନ୍ତି ମହାପ୍ରଭୁ । ଆଉ ଏହା ପରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ବାହାରିଥାନ୍ତି ମହାପ୍ରଭୁ । ଶ୍ରୀ ଗୁଣ୍ଡିଚା ଯାତ୍ରାରେ ସାଙ୍ଗରେ ଭାଇଭଉଣୀଙ୍କୁ ନେଇ ଯାଉଥିବାରୁ ଅଭିମାନ କରନ୍ତି ମା’ ଲକ୍ଷ୍ମୀ | ଯାହାର ଦୃଷ୍ଟାନ୍ତ ହେଉଛି ହେରାପଞ୍ଚମୀ । ଏହି ନବଦିନାତ୍ମକ ଘୋଷଯାତ୍ରା ଅବସରରେ “ହେରା ପଞ୍ଚମୀ” ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ରଥଯାତ୍ରା ଠାରୁ ଆରମ୍ଭ କରି ପଞ୍ଚମ ଦିନ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ହେରାପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ। ପୁରୀ ଓଡ଼ିଆ ମଠରେ ସଂରକ୍ଷିଣ ଥିବା “ଚକଡ଼ା ପୋଥି”ର ବର୍ଣ୍ଣନାନୁଯାୟୀ: “ କପିଳେଶ୍ୱର ଦେବ ହେରା ଯାତ୍ରାର ପୁନରୁଥାନ କରିଥିଲେ |

ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି: ଅଭିମାନ କରି ନନ୍ଦିଘୋଷ ଭାଙ୍ଗିଲେ ମା' ଲକ୍ଷ୍ମୀ | Sambad

ଜଗନ୍ନାଥଙ୍କ ଅଧର ଚୁମ୍ବିତ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢି ଧୂପ ଦୀପ ଦିଆଯାଇ ଟେରା ପଡେ । ଏହା ପରେ ଲକ୍ଷ୍ମୀଙ୍କ ବିମାନ ଜଗମୋହନରୁ ବାହାରି ନାକଚଣା ଦୁଆର ପାଖରେ ଅଟକି ଥାଏ । ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡୁ ସେବକଙ୍କଠାରୁ ହାତୁଆଣି ନେଇ ବନ୍ଦାପନା ଓ ଦହିପଟି ମଣୋହି କରନ୍ତି। ଉପରୋକ୍ତ ନୀତି ଶେଷ ହେବାପରେ ଲକ୍ଷ୍ମୀଙ୍କ ବିମାନ ଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡିଏ ଭାଙ୍ଗି ଦିଆଯିବା ପରେ ହେରାଗୋହିରୀ ସାହି ବାଟେ ଲକ୍ଷ୍ମୀଙ୍କୁ ବଡ଼ଦେଉଳକୁ ବାହୁଡା଼ ବିଜେରେ ଅଣାଯାଏ। ଏହାପରେ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖ କରାଯିବା ନିମନ୍ତେ ମହାପ୍ରଭୁ ଆଦେଶ ଦେଇଥାନ୍ତି । ଯାହା ଫଳରେ ହେରା ପଞ୍ଚମୀ ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯିବା ପରେ ରଥ ଦକ୍ଷିଣମୋଡ଼ ହୋଇଥାଏ। ହେରାପଞ୍ଚମୀ ଯାତ୍ରା ସମ୍ପର୍କରେ ଏକ ସୁନ୍ଦର ଆଖ୍ୟୟିକା ରହିଛି। ମହାପ୍ରଭୁ ଜଗନ୍ନାଥ ନିଜ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଗୁଣ୍ଡିଚା ଘରକୁ ଯାତ୍ରା କରିବା ଫଳରେ ମା ଲକ୍ଷ୍ମୀ ଠାକୁରାଣୀ ନିଜର ଏହି ଅଭିମାନକୁ ବିମଳାଦେବୀଙ୍କ ପାଖରେ ବର୍ଣ୍ଣନା କରିଥିଲେ |

hera panchami

ଆଉ ଏନେଇ ପରାମର୍ଶ ଚାହିଁଥିଲେ। ଏହି ବିଷୟ ବାମଦେବ ସଂହିତାରେ ବର୍ଣ୍ଣନା ହୋଇଅଛି। ବିମଳାଦେବୀ ଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଥିଲେ ସ୍ୱାମୀ ଯଦି କେବେ ବିବେକ ଶୂନ୍ୟ ହୋଇପଡନ୍ତି, ତେବେ ତାଙ୍କୁ ଦଣ୍ଡ ଦେବାକୁ ପଡିଥାଏ। ତେଣୁ ତୁମେ ଏହି ସମୟରେ ନିଜ ସ୍ୱାମୀଙ୍କ ନିକଟକୁ ଯାଅ। ଏହି ପରାମର୍ଶ ପାଇବା ପରେ ରଥଯାତ୍ରାର ପଞ୍ଚମ ଦିବସରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତ୍ତ୍ୱଲିପିରେ ହୋଇଥିବା ଉଲ୍ଲେଖ ପ୍ରକାରେ ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରନ୍ତି। ଏହା ପରେ ବନକ ଲାଗି, ପାଟ ଶାଢୀ଼, ଅଳାଙ୍କାର ଇତ୍ୟାଦି ଲାଗି ହୋଇ ବେଶ ବଢିବା ପରେ ପୂଜାପଣ୍ଡା ସେବକଙ୍କଦ୍ୱାରା ପଂକ୍ତି ଭୋଗ ହୋଇଥାଏ। ତତ୍ପରେ ବଟବୃକ୍ଷ ତଳେ ରହିଥିବା ବିମାନକୁ ଲକ୍ଷ୍ମୀ ବିଜେ କରିଥାନ୍ତି ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢି ଧୂପ ଦୀପ ଦିଆଯାଇ ଟେରା ପଡେ ।

hera panchami

ଏହା ପରେ ଲକ୍ଷ୍ମୀଙ୍କ ବିମାନ ଜଗମୋହନରୁ ନାକଚଣା ଦୁଆର ପାଖରେ ରହିଥାଏ। ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡୁ ସେବକଙ୍କଠାରୁ ହାତୁଆଣି ନେଇ ବନ୍ଦାପନା ଓ ଦହି ପଟି ମଣୋହି କରନ୍ତି। ଉପରୋକ୍ତ ନୀତି ଶେଷ ହେବାପରେ ଲକ୍ଷ୍ମୀଙ୍କ ବିମାନ ଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡିଏ ଭାଙ୍ଗି ଦିଆଯିବା ପରେ ହେରାଗୋହିରୀ ସାହି ବାଟେ ଲକ୍ଷ୍ମୀଙ୍କୁ ବଡ଼ ଦେଉଳକୁ ବାହୁଡା଼ ବିଜେରେ ଅଣାଯାଏ। ଏହାପରେ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖ କରାଯିବା ନିମନ୍ତେ ମହାପ୍ରଭୁ ଆଦେଶ ଦେଇଥାନ୍ତି । ଯାହା ଫଳରେ ହେରା ପଞ୍ଚମୀ ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯିବା ପରେ ରଥ ଦକ୍ଷିଣମୋଡ଼ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.