Below header

ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ୍‌ ଟିମ୍‌, ଫ୍ଲଡ୍‌ ଲାଇଟ୍ସରେ ଆରମ୍ଭ କଲେ ପ୍ରାକ୍ଟିସ୍‌

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୧୮ ଜୁଲାଇରେ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଉଭୟ ଦଳ ମଧ୍ୟରେ ଦିନିକିଆ ଓ ଟି୨୦ ଖେଳାଯିବ। ଏଥିରେ ମୋଟ୍‌ ୬ଟି ମ୍ୟାଚ୍‌ ହେବ। ଏଣୁ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳି ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଭାରତୀୟ ଖେଳାଳିମାନେ ୧୫ ଜୁଲାଇରେ ଫ୍ଲଡ ଲାଇଟ୍ସରେ ଖୁବ୍‌ ଅଭ୍ୟାସ କରିଛନ୍ତି, ଯାହାର ଏକ ଫଟୋ ବିସିସିଆଇ ତରଫରୁ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି।

ଶ୍ରୀଲଙ୍କା ଗସ୍ତ ବେଳେ ଭାରତୀୟ ଟିମ୍‌ର ଦାୟିତ୍ୱ ନେଇଥିବା ଶିଖର ଧଓ୍ଵନ୍‌ଙ୍କ କହିବାନୁସାରେ, ନେତୃତ୍ୱକର୍ତ୍ତାଙ୍କ କାମ ସମସ୍ତଙ୍କୁ ଏକଜୁଟ୍‌ କରି ମାନସିକ ରୂପ ଭଲ ସ୍ଥିତିରେ ରଖିବା। ବିରାଟ କୋହଲି ଓ ଅନ୍ୟ ବରିଷ୍ଠ ଖେଳାଳି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ସିପ୍‌ର ଫାଇନାଲ ପାଇଁ ଇଂଲଣ୍ଡ ଗସ୍ତ କରିଛନ୍ତି। ଏଠାରେ ବାମହାତି ବୋଲର ଧଓ୍ଵନ୍‌ ସୀମିତ ଓଭର ପାଇଁ ଟିମ୍‌ର ନେତୃତ୍ୱ ନେବେ।


ଅନ୍ୟପଟେ ଚୟନକର୍ତ୍ତାମାନେ ଋତୁରାଜ ଗାୟକଓ୍ଵାଡ ଓ ଚେତନ ସକାରିୟାଙ୍କ ଭଳି ନୂଆ ଖେଳାଳିଙ୍କୁ ଟିମ୍‌ରେ ସାମିଲ କରିଛନ୍ତି, ଯେଉଁମାନଙ୍କର ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୌଣସି ଅନୁଭବ ନାହିଁ। ଏଣୁ ଏଥରକ ମ୍ୟାଚ୍‌ ଅଧିକ ରୋଚକପୂର୍ଣ୍ଣ ହେବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.