ICMR ର ନୂଆ ରିପୋର୍ଟ, ଟିକା ପରେ କରୋନା ପଜିଟିଭ୍‌ ହୋଇଥିବା ଅଧିକାଂଶ ରୋଗୀଙ୍କ ଠାରେ ଥିଲା ଡେଲ୍ଟା ଭ୍ୟାରିଏଣ୍ଟ

କରୋନା ଟିକା ନେବା ପରେ ବି କମୁନି ସଂକ୍ରମଣ। ଏବେ କ୍ରମଶଃ ମୃତ୍ୟୁହାର ବଢ଼ିବାରେ ଲାଗିଛି। ତେବେ କରୋନା ଟିକା ନେବା ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଠାରେ କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ରହୁଛି। ଏହି ମାମଲାରେ ମୋଟ ୯.୮ ପ୍ରତିଶତ ଲୋକଙ୍କୁ ହିଁ ହସ୍ପିଟାଲରେ ଆଡମିଟ୍‌ କରାଯାଇଛି। ସେହିପରି ମୃତ୍ୟୁହାର ୦.୪ ପ୍ରତିଶତ ରହିଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର)ର ଏକ ନୂଆ ରିସର୍ଚ୍ଚରେ ଏହି ଖୁଲାସା ହୋଇଛି।

ଟିକାକରଣ ପରେ ସଂକ୍ରମଣ ହେବାକୁ ‘ବ୍ରେକଥ୍ରୁ ଇନ୍‌ଫେକସନ୍‌’ କୁହାଯାଏ। ଭାରତରେ ‘ବ୍ରେକ୍‌ଥ୍ରୁ ଇନ୍‌ଫେକସନ୍‌’ ଅର୍ଥାତ୍‌ ଟିକାକରଣ ପରେ ସଂକ୍ରମଣ ମାମଲାର ଯାଞ୍ଚର ଏହା ସବୁଠୁ ବଡ଼ ତଥା ପ୍ରଥମ ଦେଶବ୍ୟାପୀ ଅଧ୍ୟୟନ। ରିସର୍ଚ୍ଚ ମୁତାବକ, ଟିକା ନେଇ ସାରିଥିବା ଯୋଗୁ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାର ଆବଶ୍ୟକତା ପଡ଼ୁନାହାନ୍ତି। ଏଣୁ ସଂକ୍ରମଣ ପରେ ମୃତ୍ୟୁହାର କମୁଛି।

ରିସର୍ଚ୍ଚରେ କୁହାଯାଇଛି ଯେ ଟିକାକରଣ ପରେ କୋଭିଡ୍‌ ମୃତ୍ୟୁହାର କମୁଥିବାରୁ ସମସ୍ତେ ତୁରନ୍ତ ଟିକା ନେବା ଜରୁରୀ। କେବଳ ଟିକାକରଣ ହିଁ କରୋନା ମୃତ୍ୟୁ ସଂଖ୍ୟାକୁ କମାଇ ପାରିବ। ତେବେ ଟିକା ନେବା ପରେ କରୋନା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଶରୀରରେ ଡେଲ୍ଟା ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିବାରୁ ଏଥିପ୍ରତି ଏବେ ଅଧିକ ସଜାଗ ରହିବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.