Below header

ବିବାହ ବନ୍ଧନରେ ବାନ୍ଧି ହେଲେ ରାହୁଲ ବୈଦ୍ୟ ଓ ଦିଶା ପରମାର, ସାମ୍ନାକୁ ଆସିଲା ଫଟୋ ଓ ଭିଡିଓ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିଗ୍‌ବସ୍‌ ରନର୍ସ ଅପ୍‌ କଣ୍ଠଶିଳ୍ପୀ ରାହୁଲ ବୈଦ୍ୟ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଦିଶା ପରମାର। ବର ବେଶରେ ସଜେଇ ହୋଇ ବିବାହ ବେଦୀରେ ପହଞ୍ଚିଛନ୍ତି ରାହୁଲ। ଦିଶା ମଧ୍ୟ ଲାଲ୍‌ ଲେହେଙ୍ଗାରେ ଷୋହଳ ଶୃଙ୍ଗାର କରି ଦୁହ୍ଲେ ରାଜାଙ୍କ ପାଖରେ ପହଞ୍ଚିଛନ୍ତି। ଉଭୟଙ୍କ ବିବାହର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସୁଛି।

ମୁମ୍ବାଇରେ ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ଏହି ସେଲିବ୍ରିଟି ଯୋଡ଼ି ବିବାହ କରିଛନ୍ତି। ରାହୁଲ ଏକ ଅଫ୍‌ ହ୍ଵାଇଟ୍‌ କଲରର ଶେରଓ୍ଵାନୀ ପିନ୍ଧିଛନ୍ତି। ଏଥିସହ ସେ ଗୋଲ୍ଡେନ୍‌ କଲରର ପଗଡ଼ି ପିନ୍ଧିଛନ୍ତି। ସେହିପରି ଦିଶା ଲାଲ ରଙ୍ଗର ସିଲଭର ହେଭିଓ୍ଵାର୍କ ଥିବା ଲେହେଙ୍ଗାରେ ନଜର ଆସିଛନ୍ତି। ସେ ଲାଲ୍‌ ରଙ୍ଗର ଚୁଡ଼ି ଓ ଲାଇଟ୍‌ ଜୁଏଲାରୀ ପିନ୍ଧିଛନ୍ତି। ବିବାହରେ ରାହୁଲଙ୍କ ସାଙ୍ଗମାନେ ସମସ୍ତେ ଏକା ଭଳି ଡ୍ରେସ୍‌ରେ ନଜର ଆସିଛନ୍ତି।

ପରିବାର ଓ ସାଙ୍ଗସାଥୀଙ୍କ ଉପସ୍ଥିତିରେ ରାହୁଲ ଓ ଦିଶା ବିବାହ କରିଛନ୍ତି। ପରେ ରାହୁଲ ଆଣ୍ଟେଇ ବସି ଦିଶାଙ୍କୁ ମୁଦି ପିନ୍ଧାଇଛନ୍ତି। ଏ ଅବସରରେ ଉଭୟେ ଖୁବ୍‌ ଖୁସି ଥିବା ଦେଖାଯାଇଛି। ଏହି ରସମ୍‌ ପରେ ଉଭୟେ ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.