ରାଉରକେଲା: ୧୧୫ କୋଟି ଟଙ୍କାର ଜିଏସଟି ଠକେଇର ଖୁଲାସା କଲା ରାଜ୍ୟ ଜିଏସଟି ବିଭାଗ

ରାଉରକେଲା(କେନ୍ୟୁଜ୍): ରାଜ୍ୟରେ ପୁଣି ଏକ ବଡ଼ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାସ । ୧୧୫ କୋଟି ଟଙ୍କାର ଜିଏସଟି ଠକେଇର ଖୁଲାସା କରିଛି ରାଜ୍ୟ ଜିଏସଟି ବିଭାଗ। ଏଥିରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି। ରାଉରକେଲାର ଗୁରୁଦୀପ ଡାଙ୍ଗ ଓ ସୂର୍ଯ୍ୟୟ ମୈତ୍ରଙ୍କୁ ଗିରଫ କରାଯାଇଛି। ଷ୍ଟିଲ ଆଇରନ ଓ ଷ୍ଟିଲ ସାମଗ୍ରୀ କିଣି ଇନପୁଟ ଟାକ୍ସ ମାଧ୍ୟମରେ ଠକେଇ କରିଥିଲେ।

ଗୁରୁଦୀପକୁ ରାଉରକେଲାକୁ ଓ ସୂର୍ଯ୍ୟୟକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତ ଅନ୍ୟମାନଙ୍କ ସହ ମିଶି ୧୬ଟି ଜାଲ୍‌ ବ୍ୟବସାୟିକ ପ୍ରତିଷ୍ଠାନ ମାଧ୍ୟମରେ ଠକେଇ କରିଥିଲେ। ଫେକ୍‌ ଆଇଟିସି ହାତେଇବା ପାଇଁ ଏହି ରାକେଟ ଗଠିତ ହୋଇଥିଲା। ଜାଲ ସଂସ୍ଥା ଅନୁଗୁଳ, ରାଉରକେଲା, ବଣାଇ, ଏରସମା, ତିର୍ତ୍ତୋଲ, ରିଆମାଳ, ସୁନ୍ଦରଗଡ଼ରୁ ପରିଚାଳିତ ହୋଇଥିଲା।

ଜିଏସଟି ଠକେଇ ନେଇ ବର୍ତ୍ତମାନ ସୁଦ୍ଧା ୨୦ଜଣଙ୍କୁ ଗିରଫ କରାଯାଇଛି। ୨୫ହଜାର ୪ଶହ ଜଣ ବ୍ୟବସାୟୀଙ୍କ ପଞ୍ଜିକରଣ ରଦ୍ଦ କରାଯାଇଛି। ରାଜ୍ୟ ଜିଏସଟି ବିଭାଗ ଜୁଲାଇ ୧୬ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଦୁଇମାସ ବ୍ୟାପୀ ଜାଲ ପଞ୍ଜିକରଁ ରଦ୍ଦ କରିବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିବା କହିଛନ୍ତି ଜିଏସ୍‌ଟି କମିସନର ସୁଶୀଲ ଲୋହାନୀ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.