Below header

୨୪ ଘଣ୍ଟାରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୨୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତର ଆଶଙ୍କା

କେନ୍ୟୁଜ୍(ବ୍ୟୁରୋ): ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରିଭାଗରେ ସକ୍ରିୟ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଝିପିଝିପି ବର୍ଷା । ଆଜି ବଢ଼ିବ ବିସ୍ତୃତି । ଦକ୍ଷିଣ ଉପକୂଳ ଓଡ଼ିଶା ଓ ବାକି ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ ଘଣ୍ଟାରେ କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ୨୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତର ଆଶଙ୍କା ରହିଛି । ଭୁବନେଶ୍ୱର ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ଲାଗି ରହିଛି ଝିପିଝିପି ବର୍ଷା । କଟକ ଓ ଭୁବନେଶ୍ୱରରେ ଦିନ ତମାମ ମେଘୁଆ ପାଗ ସହ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହ କିଛି ଅଞ୍ଚଳରେ ବର୍ଷାର ତୀବ୍ରତା ଘଣ୍ଟାପ୍ରତି ୨ରୁ ୩ସେଣ୍ଟିମିଟର ଯାଏ ରହିପାରେ ।

ଆଜି ଓ କାଲି ବର୍ଷାର ବିସ୍ତୃତିରେ କୌଣସି ହ୍ରାସ ହେବନି । ୨ ଦିନ ପରେ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ସମ୍ଭାବନା ରହିଛି । ଅନ୍ୟପଟେ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ତେବେ ନିର୍ଦ୍ଦିଷ୍ଟ ଭାବରେ କେବେ ସୃଷ୍ଟି ହେବ କୌଣସି ଆକଳନ କରିନି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.