ସୁନ୍ଦରଗଡ଼ରେ ଲଗାଣ ବର୍ଷା ଯୋଗୁ ସହରର ଅନେକ ଲୋକଙ୍କ ଘରେ ପଶିଛି ପାଣି

ସୁନ୍ଦରଗଡ଼(କେନ୍ୟୁଜ୍): ବର୍ଷାରେ ବେହାଲ ସୁନ୍ଦରଗଡ଼ । ଲଗାଣ ବର୍ଷା ଯୋଗୁ ସହରର ଅନେକ ଲୋକଙ୍କ ଘରେ ପଶିଛି ପାଣି । ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ପାଣି ଜମିରହିଛି । ରକ୍ତ ଭଣ୍ଡାର ମଧ୍ୟରେ ଏକ ଫୁଟର ପାଣି ରହିଛି ।

ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଥିବାରୁ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ହେମଗିରି ବ୍ଳକରେ ସର୍ବାଧିକ ୨୦୦.୪ ମିମି ବର୍ଷା ହୋଇଥିବାବେଳେ ଲେଫ୍ରିପଡାରେ ୧୫୬.୪ମିମି, ଟାଙ୍ଗରପାଲିରେ ୧୬୦.୪ମିମି ବର୍ଷା ହୋଇଛି। ପାଣି ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.