ଉଛୁଳୁଛି ମହାନଦୀ : ମାଡ଼ି ଆସୁଛି ବନ୍ୟା ପାଣି

ଭୁବନେଶ୍ବର (କେନ୍ୟୁଜ୍) : ଉଛୁଳୁଛି ମହାନଦୀ । ବନ୍ୟା ପାଣି ମାଡ଼ି ଆସୁଛି । ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ଫଳରେ ହୀରାକୁଦକୁ ଇନ୍ ଫ୍ଲୋ ବଢିଛି । ଜଳଭଣ୍ଡାରର ୨୫ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଡ୍ୟାମର ବନ୍ୟାଜଳ ଆଜି ସୁଦ୍ଧା କଟକ ମୁଣ୍ଡୁଳିରେ ପହଞ୍ଚିବ । ବର୍ତ୍ତମାନ ୬ଲକ୍ଷ ୩୦ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ମଧ୍ୟାହ୍ନ ସୁଦ୍ଧା ସେଠାରେ ୮ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବା ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଥିବାରୁ ଅବବାହିକାରେ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ କୁହାଯାଇଛି । ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ସମେତ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଜରୁରିକାଳୀନ ମୁକାବିଲା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ଓଡ୍ରାଫ ଓ ଏନ୍ଡିଆରଏଫ୍ ଟିମ୍କୁ ସଜାଗ ରଖାଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.