ଦୀର୍ଘ ୨୦ ମିନିଟ ଧରି ବସ ତଳେ ଚାପି ହୋଇ ରହିଲେ

ଯାଜପୁର (କେନ୍ୟୁଜ) : ଯାନ୍ତ୍ରିକ ତ୍ରୁଟି ଯୋଗୁ ଜାତୀୟ ରାଜପଥରେ ଅଟକି ରହିଲା ବସ୍‌ । ଏହି ସମୟରେ ବସର ହେଲପର ଜଣକ ବସ ତଳକୁ ଯାଇ ଯାଂଚ କରୁଥିବା ସମୟରେ ହଠାତ ବସ ତଳେ ଚାପି ହୋଇ ରହିଗଲେ । ଦୀର୍ଘ ୨୦ମିନିଟରୁ ଉର୍ଦ୍ଧ୍ୱ ସମୟ ଧରି ହେଲପର ଜଣକ ତଳେ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକେ, ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଜାରକା ଛକ ନିକଟରେ ।

ସୂଚନା ମୁତାବକ, ଆଜି ସକାଳୁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ଏକ ଘରୋଇ ବସ ଜାରକା ଛକ ନିକଟରେ ହଠାତ ଅଟକିଥିଲା । ବସର ପଛ ଭାଗରେ ଲାଗିଥିବା ପତି ଭାଙ୍ଗି ଯାଇଥିବା ଡ୍ରାଇଭର ଜଣକ କହିଥିଲେ । ଏହି ସମୟରେ ଗାଡିର ହେଲପର ଭଦ୍ରକ ଇଛାପୁର ଅଂଚଳର ଗଣେଷ ଚନ୍ଦ୍ର ଅରଖ ବସ ତଳେ ଯାଂଚ କରୁଥିବା ସମୟରେ ଡ୍ରାଇଭର ଜଣକ ଗାଡି ଷ୍ଟାର୍ଟ ବନ୍ଦ କରିଦେଇଥିଲେ । ଫଳରେ ବସଟି ଦବି ଯାଇଥିଲା । ଏହି ସମୟରେ ହେଲପର ଜଣକ ବସ ତଳେ ଚାପି ହୋଇ ରହିଯାଇଥିଲେ ।

ଖବର ପାଇ ସ୍ଥାନୀୟ ଲୋକେ, ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ହେଲପର ଜଣକୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ତେବେ ହେଲପର ଜଣକ ସୁରକ୍ଷିତ ଥିବା ବେଳେ ଠିକ ସମୟରେ ତାଙ୍କୁ ଉଦ୍ଧରା କରାଯାଇଥିବା ହେତୁ ଜୀବନ ରକ୍ଷା ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.