ଶୀତଦିନେ ଆପଣଙ୍କୁ କଷ୍ଟ ଦେଉଛି କି ଛାତିରେ ଜମିଥିବା କଫ, ଏହି ୩ ପ୍ରକାରର କାଢ଼ାରୁ ଦୂର ହେବ ସମସ୍ୟା; ଝଟାପଟ ଆପଣାନ୍ତୁ ଦେଶୀ ଉପାୟ

ଶୀତଦିନେ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ହୋଇ ଯାଇଥାଏ, ଯେଉଁ କାରଣରୁ ଥଣ୍ଡା, କାଶ ଓ ସର୍ଦ୍ଦି ହୋଇଥାଏ। ଶୀତଦିନେ ବହୁତ ଲୋକଙ୍କ ଛାତିରେ କଫ ଜମା ରହିଥାଏ, ଯେଉଁଥିପାଇଁ ଛାତି ଭାରି ଭାରି ଲାଗିଥାଏ। କଫ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ପ୍ରକାରର କଫ୍‌ ସିରପ୍‌ ସେବନ କରି ଥାଆନ୍ତି, କିନ୍ତୁ ତଥାପି ଆରାମ ମିଳି ପାରି ନ ଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ଏପରି କିଛି କାଢ଼ା ବିଷୟରେ କହିବାକୁ ଯାଉଛୁ, ଯାହାକୁ ସେବନ କରିବା ଦ୍ୱାରା ଆପଣଙ୍କ କଫ ସମସ୍ୟା ଦୂର ହୋଇଯିବ। ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବା ଏହି କାଢ଼ା।

ଅଦା କାଢ଼ା: ଏକ ଗ୍ଲାସ୍ ପାଣିରେ ଅଦା, ତୁଳସୀ, ଗୋଲମରିଚ ଗୁଣ୍ଡ, ଜୁଆଣୀ, ହଳଦୀ ମିଶାନ୍ତୁ ଏବଂ ଏହାକୁ ଭଲ ଭାବରେ ଫୁଟିବାକୁ ଦିଅନ୍ତୁ। ସ୍ୱାଦ ବଢ଼ାଇବା ପାଇଁ ସେଥିରେ ଲେମ୍ବୁ ରସ ଓ ମହୁ ମିଶାନ୍ତୁ। ଦିନକୁ ଦୁଇଥର ଏହି କାଢ଼ା ପିଇବା ଦ୍ୱାରା ଶରୀରରେ ଜମା ହୋଇ ରହିଥିବା କଫ ସହଜରେ ବାହାରକୁ ବାହାରି ଆସିଥାଏ।

ଜୁଆଣୀ କାଢ଼ା: ଜୁଆଣୀର ପ୍ରଭାବ ଗରମ ହୋଇଥାଏ, ଯେଉଁ କାରଣରୁ ଏହା ଥଣ୍ଡା, କାଶରେ ବହୁତ ଲାଭଦାୟକ ପ୍ରମାଣିତ ହୋଇଥାଏ। ଏଥିପାଇଁ ଏକ ଗ୍ଲାସ ପାଣି ଫୁଟାଇ ନିଅନ୍ତୁ। ଏଥିରେ ଜୁଆଣୀ ଓ ଗୁଡ଼ ମିଶାନ୍ତୁ। ଅଧ ଗ୍ଲାସ୍ ପାଣି ନ ହେବା ପର୍ଯ୍ୟନ୍ତ ଏହାକୁ ଫୁଟାଇ ଚାଲନ୍ତୁ। ଏହାପରେ ଏହାକୁ ଛାଣିକି ପିଅନ୍ତୁ। ଦିନକୁ ଦୁଇଥର ଏହି କାଢ଼ା ପିଇବା ଦ୍ୱାରା ଫୁସଫୁସରେ ଜମା ରହିଥିବା କଫ୍‌ ବାହାରିବାରେ ଲାଗିବ।

ଡାଲଚିନି କାଢ଼ା: କଫ ଏବଂ କାଶ ପାଇଁ ଡାଲଚିନି ସେବନ ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ଏକ ଗ୍ଲାସ ପାଣିରେ ଡାଲଚିନି ପାଉଡର, ଅଦା, ତୁଳସୀ ଏବଂ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏହି ପାଣିକୁ ଭଲ ଭାବରେ ଫୁଟିବାକୁ ଦିଅନ୍ତୁ। ଏହା ପରେ ଏହାକୁ ଛାଣି ଗ୍ଲାସ୍‌ରେ ଢାଳନ୍ତୁ ଏବଂ ମହୁ ମିଶାନ୍ତୁ।

କଫରୁ କରିବ ରକ୍ଷା: ଶୀତ ଦିନେ ସର୍ବାଧିକ ଲୋକଙ୍କୁ ଥଣ୍ଡା, କାଶ ଓ କଫ ହୋଇଥାଏ। ୧ ଚାମଚ ଦେଶୀ ଗାଈ ଘିଅକୁ ଗରମ କରି ସେଥିରେ ୧/୨ ଚାମଚ ଅଦା ପାଉଡର ମିଶାଇ ଖାଇଲେ ଛାତିରେ ଜମିଥିବା କଫ ସଫା ହୋଇଯିବ। ଏପରି କି, ଏହା ପୁନର୍ବାର ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.