ତିନି ଜଣ ବରିଷ୍ଠ ବିଚାରପତିଙ୍କ କାର୍ଯ୍ୟରେ ଯୋଗ ଦେଲେନି ହାଇକୋର୍ଟର ଆଇନଜୀବୀ

କଟକ: ପୂର୍ବ ନିଷ୍ପତ୍ତି ଅନୁଯାୟୀ ହାଇକୋର୍ଟ ଆଇନଜୀବୀମାନେ ତିନି ଜଣ ବରିଷ୍ଠ ବିଚାରପତିଙ୍କ କାର୍ଯ୍ୟରେ ଆଜି ଯୋଗ ଦେଇନାହାନ୍ତି । ୨୬ ତାରିଖ ଯାଏ ସେମାନେ ଏହି ତିନି ଜଣ ବରିଷ୍ଠ ବିଚାରପତିଙ୍କ ଅଦାଲତକୁ ବର୍ଜନ କରିବେ । ଏନେଇ ହାଇକୋର୍ଟ ବାର୍‌ ଆସୋସିଏନ ବୈଠକରେ ନିଷ୍ପତ୍ତି ହୋଇଛି । ହାଇକୋର୍ଟରେ ନିୟମିତ ପ୍ରାକ୍ଟିସନର ଆଇନଜୀବୀଙ୍କ ନାଁକୁ ବିଚାରପତି ପଦରେ ନିଯୁକ୍ତି ପାଇଁ ସୁପାରିସ କରିବା ପାଇଁ ଆସୋସିଏସନ ଦାବି ରଖିଛି । ଏନେଇ ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପଠାଇଥିଲେ । ଆସନ୍ତା ୧୦ ଦିନ ଭିତରେ ହାଇକୋର୍ଟ ବାର୍‌ ଆସୋସିଏସନର ପ୍ରତିନିଧି ଦଳ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନ ମନ୍ତ୍ରୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ୨୬ ତାରିଖରେ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଆସୋସିଏନର ସଭାପତି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.