ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତିଙ୍କ ବଦଳି ନେଇ ସୁପାରିସ

ଭୁବନେଶ୍ବର (କେନ୍ଯୁଜ୍) : ହାଇକୋର୍ଟ ବିଚାରପତି ସ୍ତରୀୟ ଅଦଳବଦଳ । ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତିଙ୍କ ବଦଳି ସୁପାରିସ । ବମ୍ବେ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରିଛନ୍ତି ସୁପ୍ରିମ୍କୋର୍ଟଙ୍କ କଲେଜିୟମ୍ । ସେହିପରି ଓଡ଼ିଶା ଫେରିବେ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ । ୨୦୧୭ ନଭେମ୍ବରରେ ଜଷ୍ଟିସ ପୂଜାହାରୀଙ୍କ ବଦଳି ମାଡ୍ରାସ ହାଇକୋର୍ଟକୁ ହୋଇଥିଲା ।
ସେହିଭଳି ଜଷ୍ଟିସ୍ ଏସ୍.ଏନ୍ ପ୍ରସାଦ ଝାଡ଼ଖଣ୍ଡ ହାଇକୋର୍ଟ ଫେରିବେ । ଗତ ମାର୍ଚ୍ଚ ୨୦୧୫ରୁ ଜଷ୍ଟିସ ପ୍ରସାଦ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଅଛନ୍ତି । ଏ ନେଇ ସୁପ୍ରିମ୍କୋର୍ଟର ୫ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ୍ ସୁପାରିସ କରିଛନ୍ତି ।