Below header

ଋତୁସ୍ରାବ ସମୟରେ ବହୁତ କଷ୍ଟ ହେଉଛି ନା ? ମୁକ୍ତି ଦେବ ଏହି ଘରୋଇ ଉପାୟ

ଋତୁସ୍ରାବ ବା ପିରିୟଡ ସମୟରେ ହେଉଥିବା କଷ୍ଟ ମହିଳାମାନଙ୍କ ପାଇଁ କୌଣସି ଅଭିଶାପରୁ କମ୍ ନୁହେଁ । ଅଧିକାଂଶ ମହିଳା ପ୍ରତିମାସରେ ଏହି କଷ୍ଟ ପାଇଥାନ୍ତି । ଏତେ କଷ୍ଟ ଏବଂ ଏତେ ପୀଡା ହୋଇଥାଏ ଯେ ଆସନ୍ତା ମାସ ଆସିଲେ ମାତ୍ରେ ଭୟ କରନ୍ତି । ଯଦିଓ ଏହି କଷ୍ଟ ସାଧାରଣ ହୋଇଥାଏ ମହିଳାଙ୍କ ପାଇଁ ତେବେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ମହିଳାମାନେ ପେନ୍ କିଲର୍ ଖାଇ ନିଅନ୍ତି । ଯାହା ସେ ସମୟରେ ଆରାମ ତ ଦେଇଥାଏ କିନ୍ତୁ ପରେ ଅନେକ ସମସ୍ୟାକୁ ଜନ୍ମ ଦେଇଥାଏ । ତେଣୁ ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଘରୋଇ ଉପାୟ।

ଗରମ ଉପଚାର :

periods pain

ଗରମ ଉପଚାର ପେଟର ଏହି ପୀଡା ପାଇଁ ବେଶ୍ ଲାଭଦାୟକ । ଏଥିପାଇଁ ସହଜ ଉପାୟ ହେଉଛି ଗରମ ପାଣି ସେକ ଦେବା । ସର୍ବପ୍ରଥମେ ପାଣିକୁ ଗରମ କରନ୍ତୁ । ଏହା ପରେ କୌଣସି ବୋତଲ ରଖି ପେଟରେ ରଖନ୍ତୁ । ଯଦି ଏପରି ନକରିପାରୁଛନ୍ତି ତେବେ ହିଟିଙ୍ଗ୍ ବ୍ୟାଗର ବ୍ୟବହାର କରନ୍ତୁ । ନଚେତ୍ ତାୱା ଗରମ କରି ଏଥିରେ କପଡା ଲଗାଇ ଏହାକୁ ନିଜ ପେଟରେ ଦିଅନ୍ତୁ । ସେହିପରି ଗରମ ପାଣିରେ ଗାଧାନ୍ତୁ । ଥଣ୍ଡା ପାଣିରେ ଗାଧୋଇଲେ କଷ୍ଟ ବେଶି ବଢିଯିବ ।

ତୁଳସୀ :

Tulsi teaପିରିୟଡରେ କଷ୍ଟ ବେଶୀ ବଢିଲେ ତୁଳସୀ ପତ୍ର ଖାଆନ୍ତୁ । କିମ୍ବା ତୁଳସୀ ପତ୍ରରେ ଚା ତିଆରି କରି ପିଅନ୍ତୁ ।

ମାଲିସ୍ :

best-oil-for-body-massageଅଣ୍ଟା ପେନ୍ ହେଲେ ମାଲିସ୍ କରିବା ଏକ ଭଲ ଉପାୟ । ଯଦି ପେଟ ଏବଂ ଅଣ୍ଟା ଦରଜ ବଢିଯାଉଛି ତେବେ ନଡିଆ ତେଲ ମାଲିସ୍ କରନ୍ତୁ । ତେବେ ମାଲିସ୍ ପୂର୍ବରୁ ତେଲକୁ ହଲକା ଉଷୁମ କରନ୍ତୁ । ଅଧିକ ଚାପ ଦେଇ ମାଲିସ୍ କରନ୍ତୁ ।

ଅଦା :
gingerସେହି ପରି ଏହି ସମୟରେ ଅଦା ଖାଇବା ଖୁବ୍ ଲାଭଦାୟକ । ଯଦି ଚାହିଁବେ ଅଦାକୁ ଛୋଟ ଛୋଟ କରି ପାଣିରେ ଗରମ କରି ପିଇପାରନ୍ତି । ଏହା ଦ୍ବାରା ଆରାମ ମିଳିବ ।

ଅମୃତଭଣ୍ଡା :

papayaଅମୃତଭଣ୍ଡା ପାଚନ ପ୍ରକ୍ରିୟାକୁ ମଜଭୂତ କରିଥାଏ । ତେଣୁ ପିରିୟଡ ସମୟରେ ଏହାକୁ ଖାଇଲେ ଆରାମ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.