ମୋ ଲୋକପ୍ରିୟତାରୁ ଫାଇଦା ଉଠାଇଥିଲେ ଜସଲିନ୍, ବିଗ୍ ବସରୁ ବାହାରି ବଡ଼ ଖୁଲାସା କଲେ ଅନୁପ ଜଲୋଟା

ମୁମ୍ବାଇ : ବିଗବସ୍ ସିଜନ୍ ୧୨ରେ ଗତ ସପ୍ତାହରେ ଘରୁ ବିଦା ହୋଇଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁପ ଜଲୋଟା। ବିଗବସ ଘରୁ ବାହାରିବା ପରେ ଏବେ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ଗାୟକ। ମିଡିଆ ସହ ଇଣ୍ଟରଭ୍ଯୁ ସମୟରେ ସେ ଖାଲି ଘର ଭିତର ଅବସ୍ଥା ବିଷୟରେ କହି ନାହାନ୍ତି ବରଂ ତାଙ୍କର ଜସଲିନଙ୍କ ସହ ଥିବା ସଂପର୍କକୁ ନେଇ ମଧ୍ୟ କରିଛନ୍ତି ବଡ଼ ଖୁଲାସା। ସେ କହିଛନ୍ତି ବିଗତ ଦିନରେ ଟେଲିଭିଜନରେ ଦେଖାଯାଇଥିବା ତାଙ୍କ ଏବଂ ଜସଲୀନଙ୍କ ସଂପର୍କ ମିଛ। ଖାଲି ତାହା ନୁହଁ ସେ ଜସଲୀନଙ୍କ କନ୍ଯାଦାନ କରିବା କଥା ମଧ୍ୟ କହିଛନ୍ତି। ଏଥିମଧ୍ୟରେ ଅନୁପ ଜଲୋଟା ଶୋକୁ ନେଇ ଆଉ ଏକ ବଡ଼ କଥା ମଧ୍ୟ କହିଛନ୍ତି , ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ଯ କରିଛି।

jasleen-anup

ଏଥିମଧ୍ୟରେ ମିଡ଼ିଆରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ  ବିଗବସ୍ ଘରେ ଜସଲୀନଙ୍କ ପ୍ରେମିକ ଭାବେ ପହଞ୍ଚିଥିବା  ଅନୁପ ଜଲୋଟା ରହିଛନ୍ତି। ସେ ବିଗବସ ଘରୁ ବାହାରିବା ପରେ ଅନେକ ସ୍ଥାନରେ ମିଡ଼ିଆ ଇଣ୍ଟରଭ୍ଯୁ ଦେଇଛନ୍ତି। ଯେଉଁଠାରେ ସେ ତାଙ୍କ ପ୍ରେମିକା ଜସଲୀନ୍ ଏବଂ ଅନ୍ଯ ଘର ଲୋକଙ୍କୁ ନେଇ ବିଭିନ୍ନ ପ୍ରକାରର ଖୁଲାସା କରିଛନ୍ତି। ସେ ମିଡିଆ ଇଣ୍ଟରଭ୍ଯୁରେ କହିଛନ୍ତି, ଜସଲୀନ୍ ବିଗବସ-୧୨ରେ ଭାଗ ନେବା ପାଇଁ ମତେ ତାଙ୍କର ପ୍ରେମିକ କରିବା ସହ ମୋ ଲୋକପ୍ରିୟତାର ବ୍ଯବହାର କରିଥିଲେ।

ଅନୁପ କହିଛନ୍ତି, ଯେତେବେଳେ ବିଗବସ ସିଜନ-୧୨ ଆରମ୍ଭ ହେଲା ସେତେବେଳେ ଏଥିରେ ଭାଗ ନେବାପାଇଁ ଜସଲୀନଙ୍କ ବହୁତ ଇଚ୍ଛା ଥିଲା। କିନ୍ତୁ ଯେତେବେଳେ ସେ ଜାଣିଲେ ଏଥିରେ ବିଚିତ୍ର ଯୋଡ଼ି ଭାବେ ଭାଗ ନେବାକୁ ପଡ଼ିବ, ସେବେ ସେ ମତେ ତାଙ୍କର ଯୋଡ଼ିଦାର ହୋଇ ଯିବା ପାଇଁ ଜିଦ୍ କରିଥିଲେ। କିନ୍ତୁ ମୁଁ ଯିବାକୁ ମନା କରି ଦେଇଥିଲି। ଯାହାପରେ ଜସଲୀନଙ୍କ ପିତା ମତେ ଅନୁରୋଧ କରିଥିଲେ ଶୋ’ରେ ଗୁରୁଶିଷ୍ଯ ଯୋଡ଼ି ହୋଇ ଯିବା ପାଇଁ। ଶେଷରେ ମୁଁ ବିଗବସ ଯିବାକୁ ନିଷ୍ପତ୍ତି ନେଇଥିଲି। କିନ୍ତୁ ମୁଁ ଜାଣି ନାହିଁ ଶୋ ଆରମ୍ଭ ହେବା ପୂର୍ବରୁ କାହିଁକି ଜସଲୀନ ମତେ ନିଜର ପ୍ରେମିକ ବୋଲି ସର୍ବସାଧାରଣରେ କହିଥିଲେ।

anup 3

ଅନୁପ ଜଲୋଟା, ଜସଲୀନଙ୍କ ସହ ନିଜର ସଂପର୍କକୁ ନେଇ କହିଛନ୍ତି, ମୁଁ ଜସଲୀନଙ୍କ ସହ  ଗୁରୁ-ଶିଷ୍ଯ ଯୋଡ଼ି ଭାବେ ଘର ମଧ୍ୟରେ ପ୍ରବେଶ କରିଥିଲି। କିନ୍ତୁ ବିଗବସର ପ୍ରଥମ ଏପିସୋଡ଼ ସୁଟ୍ ହେବା ପୂର୍ବରୁ ମୁଁ ଶୋ’ର ଉପସ୍ଥାପକ ସଲମାନ ଖାନଙ୍କୁ କହିଲି ଜସଲୀନ ଶିଷ୍ଯ ଏବଂ ମୁଁ ତାଙ୍କର ଗୁରୁ। ଏହା ଶୁଣିବା ପରେ ସଲମାନ କହିଥିଲେ କିନ୍ତୁ ଜସଲୀନ୍ କିଛି ଭିନ୍ନ କାହାଣୀ କହିଛନ୍ତି। ଯାହା ପରେ ବିଗବସର ପ୍ରଥମ ଏପିସୋଡ଼ରେ ଜସଲିନ୍ ଆମ ଦୁହିଁଙ୍କ ପ୍ରେମ କାହାଣୀ ବିଷୟରେ ସର୍ବସାଧାରଣରେ କହିଥିଲେ, ପ୍ରକୃତରେ ସେମିତି କିଛି ନଥିଲା। ଏହା ଶୁଣିବା ପରେ ମୁଁ ଆଶ୍ଚର୍ଯ୍ଯ ହୋଇଯାଇଥିଲି।

ଅନୁପଙ୍କୁ ଯେତେବେଳେ ପଚରା ଯାଇଥିଲା କି, କଣ ଜସଲୀନ ତାଙ୍କ ଲୋକପ୍ରିୟତାର ଫାଇଦା ଉଠାଇଛନ୍ତି ? ଏହାର ଉତ୍ତରରେ ଭଜନ ସମ୍ରାଟ୍ କହିଥିଲେ ‘‘ହଁ ବିଲକୁଲ, ସେ ମୋ ଲୋକପ୍ରିୟତାର ଫାଇଦା ଉଠାଇଛନ୍ତି। ମୋ ପାଇଁ ହିଁ ସେ ଏତେ ଚର୍ଚ୍ଚିତ ହୋଇଛନ୍ତି। ମୁଁ ବହୁତ ସଂସ୍କାରୀ ଏଣୁ ମୁଁ ସବୁବେଳେ ଚାହିଁଥାଏ ସମସ୍ତଙ୍କୁ କିପରି ସାହାଯ୍ଯ କରିବି। ଯାହାର ଫାଇଦା ଉଠାଇଛନ୍ତି ଜସଲୀନ୍।’’

ଏବେ କେମିତି ଜାଣିବା ସତ କଣ ? ବିଗବସ୍ ଖେଳ ନା ଘର ବାହାରକୁ ଆସିବା ପରେ ଅନୁପଙ୍କ ଜଲୱା ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.