Below header

କଙ୍ଗାରୁକୋର୍ଟର ଶିକାର ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଦିବ୍ଯା, ଥାନାରେ ଖାଇଲେ ବିଷ

ଏହି କାହାଣୀ ହେଉଛି ଯୋଧପୁରର ଝିଅ ଦିବ୍ଯା ଚୌଧୁରୀଙ୍କର । ବାପା ମାଙ୍କ ଉପରେ ବୋଝ ହେବାକୁ ଚାହୁଁ ନଥିଲେ ସେ । ପାଠ ପଢି ନିଜ ଗୋଡରେ ଛିଡା ହେବା ଥିଲା ଲକ୍ଷ୍ୟ । ଆଉ ଝିଅ ପାଠ ପଢି ହୋଇଗଲା ଚାଟାର୍ଡ ଆକାଉଣ୍ଟାଣ୍ଟ୍ । ଏହା ଭିତରେ ନିଜ ପାଇଁ ପିଲା ବେଳୁ ଠିକ୍ ହୋଇଥିବା ବିବାହକୁ ଦିବ୍ଯା ବିରୋଧ କରିବାରୁ ତାର ଜିଦ୍ ଆଗରେ ବନ୍ଧୁ ପରିଜନ ମଧ୍ୟ ମାନିଗଲେ । କିନ୍ତୁ ଏହା ଭିତରେ ଆସିଗଲା ଖାପ୍ ପଂଚାୟତ ।

ଆଉ ଏହି ଖାପ୍ ପଂଚାୟତର ନିଷ୍ପତ୍ତି ପାଇଁ ଦିବ୍ଯାଙ୍କ ପରିବାରକୁ ନା କେବଳ ୧୬ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିଥିଲା ବରଂ ବିଷ ଖାଇ ଆତ୍ମହତ୍ଯା ଉଦ୍ୟମ କରିଥିଲେ ଦିବ୍ଯା । ତେବେ ଠିକ୍ ସମୟରେ ଦିବ୍ଯାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାରୁ ଜୀବନ ବଂଚିଗଲା ।

ସୂଚନା ଅନୁସାରେ, ଯୋଧପୁରର ପୁରାରାମ ଚୌଧୁରୀ ଝିଅ ଦିବ୍ଯାଙ୍କର ନିର୍ବନ୍ଧ ପିଲାବେଳୁ ଜୀବରାଜଙ୍କ ସହ କରିଥିଲେ । ଦିବ୍ଯା ବିବାହ କରିବାକୁ ନାରାଜ ହେବାରୁ ଘର ଲୋକ ବାହାଘର ଭାଙ୍ଗି ଦେଇଥିଲେ । କିନ୍ତୁ ଜୀବରାଜ ଏବଂ ଖାପ୍ ପଂଚାୟତ ପକ୍ଷରୁ ବିବାହ ପାଇଁ ବାପା ପୁରାରାମଙ୍କ ଉପରେ ଚାପ ପଡ଼ିଲା । ଏହା ପରେ ୨୫ ଅକ୍ଟୋବରରେ ବସିଲା ପଂଚାୟତ । କିନ୍ତୁ ପଂଚାୟତକୁ ଆସିନଥିଲେ ପୁରାରାମଙ୍କ ପରିବାର । ଏନେଇ ସେମାନେ ପୋଲିସରେ ଅଭିଯୋଗ ମଧ୍ୟ କରି ଦେଇଥିଲେ ।

ତେବେ ଏଥିରେ ଉତକ୍ଷିପ୍ତ ହୋଇ ପଂଚାୟତ ପୁରାରାମଙ୍କ ପରିବାରକୁ ସମାଜରୁ ବହିଷ୍କାର କରିବା ସହ ଆର୍ଥିକ ଦଣ୍ଡ ଦୁଇଗୁଣା କରିବାକୁ ନିଷ୍ପତ୍ତି ନେଇଥିଲେ । ପଂଚାୟତର ନିଷ୍ପତ୍ତି ଅନୁଯାୟୀ ଦେଢ ମାସ ମଧ୍ୟରେ ୧୬ ଲକ୍ଷ ଟଙ୍କା ଜରିମାନା ଦେଇଥିଲେ ପୁରାରାମ । ହେଲେ ଏତିକିରେ ପଂଚାୟତର ମନ ଶାନ୍ତି ହୋଇନଥିଲା । ପୋଲିସରେ କାହିଁକି ଅଭିଯୋଗ କରିଥିଲେ ବୋଲି ପୁଣି ଥରେ ଜରିମାନା କରିବା ସହ ମାମଲା ଉଠାଇ ନେବାକୁ ବାଧ୍ୟ କରିଥିଲା ଖାପ୍ ପଂଚାୟତ ।

ତେବେ ଖାପ୍ ପଂଚାୟତର ଏହି ଦଣ୍ଡରେ ଧର୍ଯ୍ଯହରା ହୋଇ ପୁଣି ଥରେ ପୋଲିସର ଦ୍ବାରସ୍ଥ ହୋଇଥିଲେ ଦିବ୍ଯା । କିନ୍ତୁ ଏହି ମାମଲରେ ପୋଲିସର ନିଷ୍କ୍ରିୟତା ଦେଖି ପୋଲିସ ଷ୍ଟେସନରେ ହିଁ ସେଲଫସ୍ ବଟିକା ଖାଇଦେଇଥିଲେ । ତେବେ ତତ୍କାଳ ହସ୍ପିଟାଲରେ ଭର୍ତ୍ତି କରାଯିବାରୁ ବଂଚିଯାଇଥିଲା ଦିବ୍ଯାଙ୍କ ଜୀବନ । ପୋଲିସ୍ ହସ୍ତକ୍ଷେପ ପରେ ଏବେ ମାମଲା ଥଣ୍ଡା ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.