Below header

ଜୋତାର ରଙ୍ଗ ମଧ୍ୟ ବଦଳାଇ ପାରିବ ଆପଣଙ୍କ ଭାଗ୍ଯ, ଖାଲି ରଖିବାକୁ ପଡ଼ିବ ଏତିକି ଧ୍ୟାନ

ଆପଣଙ୍କ ଜୀବନର ପ୍ରତ୍ଯେକ କଥା ଆପଣଙ୍କ ଭାଗ୍ଯ ସହ ଯୋଡ଼ି ହୋଇ ରହିଥାଏ। ଏପରିକି ଆପଣ ପିନ୍ଧୁଥିବା ଜୋତା ମଧ୍ୟ ବଦଳାଇ ପାରେ ଆପଣଙ୍କ ଭାଗ୍ଯ। କାରଣ  ଏହା ଦ୍ବାରା ଆପଣଙ୍କ ଗ୍ରହ ଉପରେ ବିଭିନ୍ନ ପ୍ରଭାବ ପଡ଼ିଥାଏ। ଏପରି କୁହାଯାଇଥାଏ କି ବ୍ଯକ୍ତିଙ୍କ ପାଦରେ ଶନିଙ୍କର ବାସ ରହିଥାଏ ଏବଂ ଶନିଦେବ ଘରର ସୁଖଶାନ୍ତି ଆଦିର ଅଧିପତି । ଏହି କାରଣରୁ ଜୋତାର ରଙ୍ଗ, ଆକର ଏବଂ ଡିଜାଇନ୍ ମଧ୍ୟ ଏହି ଗ୍ରହ ସହ ଯୋଡ଼ି ହୋଇ ରହିଥାଏ। ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ କି ରଙ୍ଗ ଜୋତାର ଭଲ ପ୍ରଭାବ ଥାଏ।

-ଚାକିରି ବା କର୍ମକ୍ଷେତ୍ରକୁ ସବୁବେଳେ ଧୂସର ବା ମାଟିଆ ରଙ୍ଗର ଜୋତା ପିନ୍ଧି ଯିବା ଉଚିତ୍। ଏହାଦ୍ବାରା କର୍ମକ୍ଷେତ୍ରରେ ସୁସମ୍ବାଦ ମିଳିଥାଏ।

-ଯେଉଁ ବ୍ଯକ୍ତି ଚିକିତ୍ସା କ୍ଷେତ୍ର ବା ଲୁହା ବ୍ଯବସାୟରେ ନିୟୋଜିତ ରହିଥାନ୍ତି, ଧଳା ରଙ୍ଗର ଜୋତା ପିନ୍ଧିବା ତାଙ୍କ ପାଇଁ ଲାଭକାରୀ ହୋଇଥାଏ।

shoes2

– ବ୍ଯାଙ୍କ ବା ଅଧ୍ୟୟନ କ୍ଷେତ୍ରରେ କାର୍ଯ୍ଯ କରୁଥିବା ବ୍ଯକ୍ତି ମାଟିଆ ରଙ୍ଗର ଜୋତା ପିନ୍ଧିବା ଉଚିତ୍। ଏହା ଦ୍ବାରା ତାଙ୍କର ଉନ୍ନତି ଘଟିଥାଏ ।

– ଉପହାରରେ ମିଳିଥିବା ଜୋତା ପିନ୍ଧିବା ଆଦୌ ଉଚିତ ନୁହେଁ । ଏହା ଦ୍ବାରା ରୋଗବ୍ଯାଧିରେ ପଡ଼ିବାର ଅଧିକ ସମ୍ଭାବନା ରହିଥାଏ।

-ଜୋତା କିମ୍ବା ଚପଲ ଚୋରି ହେବା କିନ୍ତୁ ଶୁଭ କୁହାଯାଇଥାଏ। ସେହିପରି ଯଦି ଶନିବାର ଆପଣଙ୍କର ଚମଡ଼ା ଚପଲ ଚୋରି ହୋଇଥାଏ ତେବେ ଆପଣଙ୍କ ଭାଗ୍ଯ ବଦଳିବାକୁ ଯାଉଛି ଜାଣନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.