Below header

ରାଜ୍ଯ ସରକାର ଘୋଷଣା କଲେ ତିତଲି ପ୍ରଭାବିତଙ୍କ ପାଇଁ ପ୍ଯାକେଜ୍

ଭୁବନେଶ୍ବର (କେନ୍ଯୁଜ୍) : ତିତଲି ପ୍ରଭାବିତଙ୍କ ପ୍ୟାକେଜ୍‌ କରାଯାଇଛି ଘୋଷଣା। ଏହି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କୃଷି ଇନପୁଟ୍‌ ସବସିଡି ମିଳିବ । ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ମିଳିବ ସବସିଡି।

ସେହିପରି ଅଣ ଜଳସେଚିତ ଚାଷ ଜମି ପାଇଁ ହେକ୍ଟରକୁ ୬୮୦୦ ଟଙ୍କା ଓ ଜଳସେଚିତ ଚାଷ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଲେଖାଏଁ ଦିଆଯିବ । ସ୍ୱଳ୍ପ ମିଆଦୀ କୃଷି ଋଣର ଅବଧି ବଢ଼ିବ । ଏଥିସହ ତିତଲି ପ୍ରଭାବିତ ଅଞ୍ଚଳରେ ସରକାରୀ ସ୍କୁଲ ଫି’ ଛାଡ଼ ହେବ । ୟୁପି ସ୍କୁଲ ପିଲାଙ୍କୁ ମାଗଣା ୟୁନିଫର୍ମ,ପୁସ୍ତକ ମିଳିବ ବୋଲି ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.