ଶର୍ମିଷ୍ଠା… ହାଜିର ହୋ… କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା, ୪ ସପ୍ତାହ ମଧ୍ୟରେ ତଳ କୋର୍ଟରେ ହାଜର ହେବାକୁ ଶର୍ମିଷ୍ଠାଙ୍କୁ ନିର୍ଦ୍ଦେଶ

କଟକ (କେନ୍ୟୁଜ): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ରାଉତଙ୍କୁ ଆଗୁଆ ଜାମିନ ପାଇଁ ମନା କଲେ ହାଇକୋର୍ଟ । ୪ ସପ୍ତାହ ମଧ୍ୟରେ ତଳକୋର୍ଟରେ ହାଜର ହେବାକୁ ଶର୍ମିଷ୍ଠାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଳକୋର୍ଟରେ ହାଜର ପରେ ନିୟମିତ ଜାମିନ ଆବେଦନ ପାଇଁ ପରାମର୍ଶ ଦେଇଛନ୍ତି । ଶର୍ମିଷ୍ଠା ଜାମିନ ଆବେଦନ କଲେ ତ୍ୱରିତ ଶୁଣାଣି ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଗିରଫଦାରୀ ଏଡ଼ାଇବାକୁ ଆଗୁଆ ଜାମିନ ପାଇଁ ହାଇକୋର୍ଟ ଯାଇଥିଲେ ଶର୍ମିଷ୍ଠା । ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶର୍ମିଷ୍ଠା ରାଉତ ଏବେବି ଫେରାର୍‌ ଅଛନ୍ତି । ସେପଟେ ଭଦ୍ରକ ପୋଲିସ ପଞ୍ଝାରେ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତ। ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରୁ ତାକୁ ଗିରଫ କରିଛି ପୋଲିସ। ଭଉଣୀ ଶର୍ମିଷ୍ଠାରୁ ପରମେଶ୍ୱର ଖସେଇ ଦେଇଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.