ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟର ରେଜିଷ୍ଟ୍ରେସନ୍‌ ଅବଧି, ନଜର ପକାନ୍ତୁ କେବେ ଯାଏଁ କରିପରିବେ ଆବେଦନ

କେନ୍ୟୁଜ୍(ବ୍ୟୁରୋ):ବଢ଼ିଲା HSRP ପଞ୍ଜିକରଣ ଅବଧି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ ପଞ୍ଜିକରଣ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର। ଅବଧି ବୃଦ୍ଧି ନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗାଡ଼ି ନମ୍ବର ଶେଷ ଅଙ୍କ ଅନୁସାରେ ଅବଧି ବୃଦ୍ଧି କଲା ପରିବହନ ବିଭାଗ। ଅବଧିକୁ ଆଉ ମାସେ ବୃଦ୍ଧି କରାଯାଇଛି। ୨୦୨୩ ଫେବୃଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିଛନ୍ତି ସରକାର। ଶେଷ ଅଙ୍କ ୧,୨,୩ ଓ ୪ ପାଇଁ ପଞ୍ଜିକରଣ ଅବଧି ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି।

ଶେଷ ଅଙ୍କ ୫,୬ ପାଇଁ ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଶେଷ ଅଙ୍କ ୭ ଓ ୮ ପାଇଁ ଅବଧି ୨୦୨୩ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଓ ଶେଷ ଅଙ୍କ ୯ ଓ ୦ ଥିଲେ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ କରିହେବ ପଞ୍ଜିକରଣ। ରାଜ୍ୟରେ ୨୦୧୯ ଏପ୍ରିଲ ପୂର୍ବରୁ ଥିବା ଯାନବାହନ ନମ୍ବର ପ୍ଲେଟ ପରିବର୍ତ୍ତନ ହେବ। ଏଥିପାଇଁ ବୁକ୍‌ ମାଇଁ HDRP ସାଇଟକୁ ଯାଇ ଗା଼ଡିର ତଥ୍ୟ ଦେଇ ବୁକିଂ କରିପାରିବେ।