ଆଇଏଏସ୍ ବିନୋଦ କୁମାରଙ୍କୁ ହାଇକୋର୍ଟ ଝଟକା

ଭୁବନେଶ୍ବର: ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ-ORHDC ଆର୍ଥିକ ଅନିୟମିତତା ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଝଟକା। ଏନବିଡବ୍ଲ୍ୟୁ ଓ ତଳ କୋର୍ଟଙ୍କ ଦଣ୍ଡବିଧାନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଏହାସହ ଅଗଷ୍ଟ ୪ ତାରିଖରେ ଭୁବନେଶ୍ଵର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅଭିଯୁକ୍ତମାନେ ହାଜର ହେବା ପରେ ତଳକୋର୍ଟ ଦଣ୍ଡ ବିଧାନ କରିବେ।

ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଏମାନଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ଵାନା ଜାରି କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ORHDC ଦୁର୍ନୀତି ମାମାଲରେ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୦୦ ମସିହାରେ ORHDCରେ ୫୫ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗ ହୋଇଥିଲା। ବିନୋଦ କୁମାର ସେତେବେଳେ ORHDCର ନିର୍ଦ୍ଦେଶକ ଥିଲେ । ଏବେ ଉଚ୍ଚଶିକ୍ଷା ବିଭାଗର OSD ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.