Below header

ନବବଧୂର ଗଳାକାଟି ହତ୍ୟା,ମରିବାକୁ ଉଦ୍ୟମ କଲା ଅଭିଯୁକ୍ତ

ଗଞ୍ଜାମ: ଅଭାବନୀୟ ଘଟଣା। ନବବଧୂର ଗଳାକାଟି ହତ୍ୟା। ମାରିବା ପରେ ମରିବାକୁ ଉଦ୍ୟମ କଲା ଅଭିଯୁକ୍ତ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଏ. କରଡାବାଡି ଗାଁରେ ଘଟିଛି ଏହି ଘଟଣା। ଗୁରୁତର ଯୁବକ ହେଲେ ଶାସନ ଗାଁର ନିଲୁ ଜେନା। ତାକୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ଯୁବତୀ ୧୦ ଦିନ ତଳେ ବିବାହ କରିଥିଲେ। ଧାରୁଆ ଅସ୍ତ୍ରରେ ନବବଧୂଙ୍କ ତଣ୍ଟି କାଟି ଦେଇଛି ଅଭିଯୁକ୍ତ। ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ। ପ୍ରେମ ଜନିତ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଭଞ୍ଜନଗର ପୋଲିସ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.