ଭେସ୍ପା ନୋଟ୍ : ଭାରତ ବଜାରରେ ଲଞ୍ଚ କଲା ଭେସ୍ପା ୧୨୫ ସିସି ସ୍କୁଟର

ନୂଆଦିଲ୍ଳୀ : ସ୍କୁଟର ର୍ନିମାତା କମ୍ପାନୀ ପାଜିଓ ଏହାର ନୂତନ ସ୍କୁଟର ଭେସ୍ପା ନୋଟ୍ ଭାରତୀୟ ବଜାରରେ ଲଞ୍ଚ କରିଛି। ଏହାକୁ ସଂପୂର୍ଣ୍ଣ ନୂଆ କଳା ଥିମରେ ପ୍ରସ୍ତୁତ କରାଯାଇଛି। କମ୍ପାନି ସୂଚନା ଅନୁଯାୟୀ, ଭାରତରେ ଏହି ସ୍କୁଟରକୁ ମାତ୍ର ୨ହଜାର ଟଙ୍କା ଆଡ଼ଭାନ୍ସ ପେମେଣ୍ଟରେ ବୁକ୍ କରାଯାଇ ପାରିବ। ଭାରତୀୟ ବଜାରରେ ଏହାର ମୂଲ୍ୟ ୭୦,୨୮୫ଟଙ୍କା ରହିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ସ୍କୁଟରର ଫିଚର।

ଭେସ୍ପାର ଏହି ନୂଆ ମଡ଼େଲରେ ମଡ଼ର୍ନ ଡ଼ିଜିଟାଲ କନସୋଲ, ବଡ଼ ଟ୍ବିବଲେସ ଟାୟାର ଏବଂ ନୂତନ ଏକ୍ସସରିଜ୍ ଦେଖିବାକୁ ମିଳୁଛି। ସୁରକ୍ଷାକୁ ଧ୍ୟାନରେ ରଖି ଏହାର ସାମ୍ନାରେ ୨୦୦ ଏମଏମର ଭେଣ୍ଟିଲେଟେଡ଼ ଡ଼ିକ୍ସ ଲଗାଯିବା ସହ ରିୟରରେ ୧୫୦ଏମଏମର ଡ଼୍ରମ୍ ବ୍ରେକ ଲଗାଯାଇଛି।

ଆରାମଦାୟକ ଯାତ୍ରା ପାଇଁ ଏଥିରେ ସିଙ୍ଗଲ ସ୍ଳାଇଡ଼ ପ୍ରଣ୍ଟ ସସପେନ୍ସ ଏବଂ ରିୟର ହାଇଡ୍ରୋଲିକ୍ ସକ୍ସ ଆବୋଜର ଦିଆଯାଇଛି। ଭେସ୍ପା ନୋଟରେ ୧୨୫ସିସିର ଏୟାରକୁଲ୍ଡ,ରହିଥିବା ବେଳେ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍ ରହିଛି ଯାହା ୯.୫ ବିଏଚପି ପାୱାର ବିଶିଷ୍ଟ ଅଟେ। ଏହି ନୂଆ ସ୍କୁଟରର ଓଜନ ୧୧୪ କିଲୋଗ୍ରାମ ରହିଥିବା ବେଳେ ଏହାର ଟପ ସ୍ପିଡ଼୍ ଲିମିଟ ୧୦୦କିଲୋମିଟର ପ୍ରତି ଘଣ୍ଟା ରହିଛି। ଏହା ସୁଜୁକି ଏକ୍ସସ୍ ୧୨୫ ଏବଂ ହୋଣ୍ଡା ୧୨୫କୁ କଡ଼ାକଡ଼ି ଟକ୍କର ଦେବ ବୋଲି ଜଣାପଡ଼ୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.