ହଟିଲା ହୋର୍ଡିଂ ଓ ପୋଷ୍ଟର, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ କାର୍ଯ୍ୟ ଆରମ୍ଭ

ମୁଖ୍ୟ ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ଅନୁସାରେ ବିଭିନ୍ନ ରାଜନୈତିକ ଦଳର ଲାଗିଥିବା ପୋଷ୍ଟରକୁ ହଟାଇବା ଆରମ୍ଭ କରିଛି ପ୍ରଶାସନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଓ ଏନଏସି ଅଞ୍ଚଳରେ ରାସ୍ତା ପାର୍ଶ୍ୱ, ବିଦ୍ୟୁତ ପୋଲ ଏବଂ ସରକାରୀ କାର୍ଯ୍ୟାଳୟରେ ଲାଗିଥିବା ପୋଷ୍ଟରକୁ ହଟାଯାଇଛି । ତହସିଲଦାର ଓ ବିଡ଼ିଓ ଉପସ୍ଥିତ ରହି ଆଜି ଭୋରରୁ ଗାଁ ଗାଁ ବୁଲି ପୋଷ୍ଟର ହଟାଇବା ଅଭିଯାନ ଆରମ୍ଭ କରିଛନ୍ତି । 

ବୈପାରିଗୁଡା / ବ୍ରହ୍ମପୁର (କେନ୍ୟୁଜ): ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଏପ୍ରିଲ ୧୯ ତାରିଖରୁ ଜୁନ୍ ୧ ତାରିଖ ଯାଏ ଭୋଟଗ୍ରହଣ ହେବ । ଶେଷ ୪ଟି ପର୍ଯ୍ୟାୟରେ ଭୋଟ୍ ଦେବ ଓଡ଼ିଶା । ଗତକାଲି ନିର୍ବାଚନ ତାରିଖ ଘୋଷଣା ସହ ଆଚରଣ ବିଧି ଲାଗୁ ହୋଇଛି । ମୁଖ୍ୟ ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ଅନୁସାରେ ବିଭିନ୍ନ ରାଜନୈତିକ ଦଳର ଲାଗିଥିବା ପୋଷ୍ଟରକୁ ହଟାଇବା ଆରମ୍ଭ କରିଛି ପ୍ରଶାସନ ।  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଓ ଏନଏସି ଅଞ୍ଚଳରେ ରାସ୍ତା ପାର୍ଶ୍ୱ, ବିଦ୍ୟୁତ ପୋଲ ଏବଂ ସରକାରୀ କାର୍ଯ୍ୟାଳୟରେ ଲାଗିଥିବା ପୋଷ୍ଟରକୁ ହଟାଯାଇଛି । ତହସିଲଦାର ଓ ବିଡ଼ିଓ ଉପସ୍ଥିତ ରହି ଆଜି ଭୋରରୁ ଗାଁ ଗାଁ ବୁଲି ପୋଷ୍ଟର ହଟାଇବା ଅଭିଯାନ ଆରମ୍ଭ କରିଛନ୍ତି ।

ସେହିପରି ସାନ ଖେମୁଣ୍ଡି ପୋଲିସ ଓ ତହସିଲଦାର ଓ ବ୍ଲକ ପ୍ରଶାସନ ପକ୍ଷରୁ ପାଟପୁର ଗାନ୍ଧୀ ଛକ ଏବଂ ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ପୋଷ୍ଟର ହଟାଇବା ଅଭିଯାନ ଆରମ୍ଭ କରିଛନ୍ତି l ସମାନ ସସ୍ଥିତି ବୈପାରିଗୁଡା ଦେଖିବାକୁ ମିଳିଛି l ବୈପାରୀଗୁଡା ପୋଲିସ ଏବଂ ତହସିଲଦାରଙ୍କ ଉପସ୍ଥିତିରେ ସମସ୍ତ ପୋଷ୍ଟର ଏବଂ ହୋଡିଙ୍ଗକୁ ବାହାର କରିଦିଆଯାଇଛି । ଏଥର ନିର୍ବାଚନ କମିଶନ ନିର୍ବାଚନ ଆଚରଣ ବିଧି କଡାକଡି ହେବ ବୋଲି ଘୋଷଣା କରିଛନ୍ତି । ଏହାପରେ ଏଭଳି ହୋର୍ଡିଂ ଓ ପୋଷ୍ଟ ହଟାଇବା କାମ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.