Below header

ସ୍କୁଲରେ ଚୋରି କରି ଧରା ପଡ଼ିଲେ, ଜବତ ହେଲା ନଗଦ ୬୦ ହଜାର ଟଙ୍କା

୨ ଲୁଟେରାଙ୍କୁ ଗିରଫ କରିଛି ବାରିପଦା ସଦର ଥାନା ପୋଲିସ। ମୟୂରଭଞ୍ଜ ପୋଲିସ ବାରିପଦା ସଦର ଥାନା ଅନ୍ତର୍ଗତ ଶିରୀଶବଣି ଅଞ୍ଚଳରୁ ହୋଇଥିବା ଦୁଇ ଗୋଟି ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।

ମୟୂରଭଞ୍ଜ (କେନ୍ୟୁଜ): ଆଜି କାଲିର ଚୋରମାନେ ନିଜକୁ ମହା ଚାଲାକ ଭାବୁଛନ୍ତି । ଚୋରି କରି ଖସି ପଳାଉଛନ୍ତି ଆଉ ଭାବୁଛନ୍ତି ପୋଲିସ ଚୋରଙ୍କ ଟେର ପାଇବନି । କିନ୍ତୁ ଚୋର ଯେତେ ଚାଲାକ ହେଲେ ବି ଦିନେ ନା ଦିନେ ଧରା ପଡ଼େ । ସମାନ ଭାବେ ସୁଇ ଜଣ ଚୋରଙ୍କ ଚାଲାକି ଧରା ପଡ଼ିଛି ଆଉ ପୋଲିସ ନିଜର କାର୍ଯ୍ୟଦକ୍ଷତାକୁ ଭଲ ଭାବେ ଦେଖାଇଛି ।

୨ ଲୁଟେରାଙ୍କୁ ଗିରଫ କରିଛି ବାରିପଦା ସଦର ଥାନା ପୋଲିସ। ମୟୂରଭଞ୍ଜ ପୋଲିସ ବାରିପଦା ସଦର ଥାନା ଅନ୍ତର୍ଗତ ଶିରୀଶବଣି ଅଞ୍ଚଳରୁ ହୋଇଥିବା ଦୁଇ ଗୋଟି ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତଙ୍କ ନାମ ହେଉଛି ଶବର ସାହିର ରୋହିତ ପଲେଇ ଏବଂ ଶେଖ ଆବିଦୁଲ୍ଳା। ଏହି ଦୁଇ ମୁଖ୍ୟ ଅଭିଯୁକ୍ତମାନଙ୍କ ସହିତ ସାମିଲ ଥିବା ଅନ୍ୟ ୫ ଜଣ ମଧ୍ୟ ଧରାପଡ଼ିଛନ୍ତି । ଏହି ଦୁଇ ଜଣ ଦୁର୍ବୁତ୍ତ ଗତ ଜାନୁଆରୀ ମାସରେ ଏବଂ ଚଳିତ ମାର୍ଚ୍ଚ ୧୨ ତାରିଖରେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମରୁ ଚୋରି କରିଥିଲେ। ଦୁର୍ବୁତ୍ତମାନଙ୍କୁ ସେହି ବିଦ୍ୟାଳୟର ୫ ଜଣ ୧୦ମ ଶ୍ରେଣୀ ଛାତ୍ର ଚୋରିରେ ସାହାଯ୍ୟ କରିଥିଲେ । କିନ୍ତୁ ପୋଲିସ ତଦନ୍ତ କରିବା ପରେ ଏହି ଦୁଇ ଜଣଙ୍କୁ ଗିରଫ କରିଛି । ଏହା ସହିତ ସେମାନଙ୍କ ନିକଟରୁ ନଗଦ ୬୦,୦୦୦ ଟଙ୍କା ସମେତ ୨ଟି ଏଲଇଡି ଟିଭି, ୨ଟି ସିଡି, ୫ଟି ହାର୍ଡ ଡିସ୍କ , ୨ଟି ଲାପଟପ୍ , ୧ ବାଇକ୍ ଜବତ କରିଛି । ଦୁଇଜଣ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏ ଚୋରଙ୍କ ଉତ୍ପାତ ଦିନକୁ ଦିନ ବଢ଼ିଚାଲିଛି । ରାତି ହେଲେ ଲୋକଙ୍କ ଘର ସହ ଦୋକାନ ଏବଂ ମନ୍ଦିରରେ ପଶି ମନ ଇଚ୍ଛା ଲୁଟ୍‌ କରୁଥିଲେ । କିନ୍ତୁ ଏବେ ସ୍କୁଲରେ ବି କଳାକନା ବୁଲାଇବାକୁ ପଛାଇ ନାହାନ୍ତି । ଲୁଟ କରିବା ସମୟରେ କିଛି ବି ଛାଡ଼ୁ ନାହାନ୍ତି । ଏମାନେ ଚୋରି କରିବା ସମୟରେ ପୋଲିସକୁ ବି ଭୟ କରୁ ନାହାନ୍ତି । ତେବେ ଏମାନଙ୍କ ପ୍ରତି ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଏମାନଙ୍କ ମନରେ ନିଶ୍ଚିତ ଭୟ ଆସିବ । ଏବଂ ଚୋରି କରିବା ପ୍ରବୃତିରୁ ହୁଏତ ଏ ଚୋରମାନେ ଦୂରେଇ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.