ବଢ଼ିଲା ସମିତି ସଭ୍ୟଙ୍କ ଦରମା; ୭୫୦୦ରୁ ୯୫୦୦ ଟଙ୍କାକୁ ବୃଦ୍ଧି

ରାଜ୍ୟ ସରକାର ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା ବଢ଼ାଇଛନ୍ତି । ୭୫୦୦ ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରିଛନ୍ତି । ଆସନ୍ତା ଏପ୍ରିଲ ୧ ତାରିଖରୁ ବର୍ଦ୍ଧିତ ଦରମା ଲାଗୁ ହେବ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟ ସରକାର ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା ବଢ଼ାଇଛନ୍ତି । ୭୫୦୦ ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରିଛନ୍ତି । ଆସନ୍ତା ଏପ୍ରିଲ ୧ ତାରିଖରୁ ବର୍ଦ୍ଧିତ ଦରମା ଲାଗୁ ହେବ । ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ । ମାର୍ଚ୍ଚ ୧୨ ତାରିଖରେ ସରକାର ତାଙ୍କ ଦରମା ୭,୫୦୦ ଟଙ୍କାକୁ ବଢ଼ାଇଥିଲେ ।

ମାର୍ଚ୍ଚ ୧୫ରେ  ଦରମା ବୃଦ୍ଧି ଦାବିରେ ପଞ୍ଚାୟତ ସମିତି ସଭ୍ୟ ରାଜଧାନୀ ଭୁବନେଶ୍ୱରରେ ବିଶାଳ ରାଲି କରିଥିଲେ । ସରପଞ୍ଚଙ୍କ ଭଳି ସମାନ ଦରମା ଓ ଅଧିକାର ଦାବିରେ ଆନ୍ଦୋଳନ କରିଥିଲେ । ସରପଞ୍ଚଙ୍କୁ ୧୦ ହଜାର ଆମକୁ କାହିଁକି ୭୫୦୦ ବୋଲି ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଥିଲେ । ୩୦ଟି ଜିଲ୍ଲାର ୬ ହଜାର୭ଶହ ୯୮ ଜଣ ସମିତି ସଭ୍ୟ ବିଶାଳ ରାଲି କରିଥିଲେ । ଯାହା ପରେ ରାଜ୍ୟ ସରକାର ସେମାନଙ୍କ ଦରମା ୭୫୦୦ରୁ ୯୫୦୦ ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.