ଦିନରେ ତାତି ରାତିରେ ଝଡ଼ ବର୍ଷା : ଆଜି ୧୪ ଜିଲ୍ଲାକୁ କାଳବୈଶାଖୀ ସତର୍କତା

ରାଜ୍ୟରେ ଗରମର ମାତ୍ରା ଧିରେ ଧିରେ ବଢ଼ିବାରେ ଲାଗିଥିଲା। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବର୍ତ୍ତମାନ ତାତି ଓ କାଳବୈଶାଖୀର ମିଶ୍ରିତ ପ୍ରଭାବ ଜାରି ରହିଛି। ଆଜି ପାଇଁ ୧୪ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗରମର ମାତ୍ରା ଧିରେ ଧିରେ ବଢ଼ିବାରେ ଲାଗିଥିଲା । ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବର୍ତ୍ତମାନ ତାତି ଓ କାଳବୈଶାଖୀର ମିଶ୍ରିତ ପ୍ରଭାବ ଜାରି ରହିଛି। ପୂର୍ବାହ୍ନରେ ଟାଣଖରା ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଅପରାହ୍ଣରେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଉଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଆଜି ପାଇଁ ୧୪ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି। ବରଗଡ, ସୁବର୍ଣ୍ଣପୁର , ସମ୍ବଲପୁର, ଝାରସୁଗୁଡା , ସୁନ୍ଦରଗଡ, ଦେବଗଡ , ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର , ଯାଜପୁର, କଟକ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୧ ତାରିଖ ଯାଏଁ କାଳବୈଶାଖୀର ପ୍ରଭାବ ରହିବ । ଆସନ୍ତା ୩ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। ରାତି ତାପମାତ୍ରା ଆସନ୍ତା ୪ଦିନ ଯାଏଁ ବିଶେଷ ପରିବର୍ତ୍ତନ ହେବନାହିଁ। ଗତକାଲି ବୌଦ୍ଧରେ ସବୁଠୁ ଅଧିକ ଦିନ ତାପମାତ୍ରା ୩୭.୭ ଡିଗ୍ରୀ ରେକର୍ଡ ହୋଇଥିଲା।

You might also like