ପାକିସ୍ତାନ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ: ୭ ଯବାନ୍ ନିହତ

ପାକିସ୍ତାନ ସେନା କ୍ୟାମ୍ପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଆକ୍ରମଣ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଉତ୍ତର ୱଜିରିସ୍ତାନରେ ଘଟିଛି ।

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୭ ଜଣ ପାକିସ୍ତାନୀ ସୈନିକ ନିହତ । ଏଥିରେ ଦୁଇ ଜଣ ପାକ୍ ସେନା ଅଧିକାରୀ ରହିଛନ୍ତି । ଏହି ଆକ୍ରମଣ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଉତ୍ତର ୱଜିରିସ୍ତାନରେ ଘଟିଛି ।

ଗତକାଲି ସେନାଙ୍କ କ୍ୟାମ୍ପ ଭିତରେ ପଶି ୬ଜଣ ଆତଙ୍କବାଦୀ ଅଖିବୁଜା ଗୁଳିମାଡ କରିଛନ୍ତି । ମୃତକଙ୍କ ମଧ୍ୟରେ ୫ ଜଣ ସୈନିକଙ୍କ ସହ ଜଣେ ଲେଫଟନାଣ୍ଟ କର୍ଣ୍ଣେଲ ଏବଂ ଜଣେ କ୍ୟାପଟେନ ଅଛନ୍ତି । ମୀର ଅଲୀ ଅଞ୍ଚଳରେ ଥିବା ଏକ ଚେକପୋଷ୍ଟ ଉପରେ ୬ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ । ପରେ ସେମାନେ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଆଣି ସିଧାସଳଖ ଚେକପୋଷ୍ଟକୁ ଧକ୍କା ଦେଇ ବିସ୍ଫୋରଣ ଘଟାଇଥିଲେ । ତେବେ ସେନା ସହ ଗୁଳି ବିନିମୟରେ ୬ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା ।

ପାକିସ୍ତାନୀ ସେନା କହିଛନ୍ତି ଯେ ମାର୍ଚ୍ଚ ୧୬ ତାରିଖ ସକାଳେ ଉତ୍ତର ୱଜିରିସ୍ତାନ ଜିଲ୍ଲାର ମିର ଅଲିରେ ସୁରକ୍ଷା ବାହିନୀ କ୍ୟାମ୍ପରେ ୬ଜଣ ଆତଙ୍କବାଦୀ ଅନୁପ୍ରବେଶ କରୁଥିଲେ। ତେବେ ସେମାନଙ୍କ ଉଦ୍ୟମ ସେନା ଦ୍ୱାରା ପଣ୍ଡ ହୋଇଛି। ଏହା ପରେ ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଏକ ଗାଡିକୁ ପୋଷ୍ଟ ଭିତରକୁ ନେଇ ଯାଇଥିଲେ ଏବଂ ପରେ ସେଠାରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଉଭୟ ପାର୍ଶ୍ୱରୁ ହୋଇଥିବା ଗୁଳି ବିନିମୟରେ ଲେଫ୍ଟନାଣ୍ଟ କର୍ନଲ ସୟଦ କାଶିଫ ଅଲି ଏବଂ ପାକିସ୍ତାନୀ ସେନାର କ୍ୟାପଟେନ ମହମ୍ମଦ ଅହମ୍ମଦ ବଦରଙ୍କ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.